Odisha Link
Bridging the Missing Links in Odisha

ନିର୍ଭୟା ମାମଲା: ଆଜି ଦୋଷୀ ଅକ୍ଷୟର ଶୁଣାଣି

ନୂଆଦିଲ୍ଲୀ: ଆଜି ସୁପ୍ରିମକୋର୍ଟରେ ନିର୍ଭୟା ଦୋଷୀ ଅକ୍ଷୟର ଶୁଣାଣି ହେବ। ସୁପ୍ରିମକୋର୍ଟରେ କ୍ୟୁରେଟିଭ ପିଟିସନ ଦାଖଲ କରିଥିବା ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ଦୋଷୀ ଅକ୍ଷୟ ଠାକୁରର ଶୁଣାଣି ଆଜି ହେବ। ଆଜି ସୁପ୍ରିମକୋର୍ଟର ୫ ଜଣିଆ ଖଣ୍ଡପୀଠ ଦିନ ୧ଟା ବେଳେ ଏହି କ୍ୟୁରେଟିଭ ପିଟିସନର ଶୁଣାଣି କରିବେ। ଏହି ଖଣ୍ଡପୀଠର ନେତୃତ୍ୱ ନେବେ ଏନଭି ରମନ୍ନା।

ଏହାପୂର୍ବରୁ ନିର୍ଭୟା ଦୋଷୀ ମୁକେଶ ଓ ବିନୟ ଶର୍ମା ସୁପ୍ରିମକୋର୍ଟରେ କ୍ୟୁରେଟିଭ ପିଟିସନ ଦାଖଲ କରି ନିରାଶ ହୋଇଥିଲେ। ରାଷ୍ଟ୍ରପତି ଅନ୍ୟତମ ଦୋଷୀ ମୁକେଶର ରାଜକ୍ଷମା ଆବେଦନକୁ ଖାରଜ କରିଥିବାରୁ ସେ ଏହାକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଥିଲା। ହେଲେ ଗତକାଲି କୋର୍ଟ ଏହି ଆବେଦନକୁ ଖାରଜ କରିଦେଇଥିଲେ।

ଫେବୃଆରୀ ୧ ସକାଳ ୬ଟାରେ ଫାଶୀ ପାଇଁ କୋର୍ଟ ସାନି ଡେଥ ୱାରେଣ୍ଟ ଜାରି କରିଥିଲେ। ହେଲେ ଦୋଷୀମାନେ ଫାଶୀରୁ ବର୍ତ୍ତିବା ପାଇଁ ନୂଆ ନୂଆ ବାଟ ଆପଣାଉଛନ୍ତି। ତେବେ ଆଜି ସୁପ୍ରିମକୋର୍ଟଙ୍କ ଶୁଣାଣି ଉପରେ ରହିବ ସମସ୍ତଙ୍କ ନଜର।

Comments are closed.