୨ ଥର ମରଣ ମୁହଁରୁ ବଞ୍ଚିଥିଲେ ପ୍ରିତି

ମୁମ୍ବାଇ : ବଲିଉଡର ଚୁଲବୁଲି ଅଭିନେତା ପ୍ରୀତି ଜିଣ୍ଟା ଆଜି ୪୫ ବର୍ଷରେ ପଦାର୍ପଣ କରିଛନ୍ତି । ୧୯୭୫ ଜାନୁୟାରୀ ୩୧ରେ ଶିମଲାଠାରେ ଜନ୍ମଗ୍ରହଣ କରିଥିଲେ ପ୍ରିତି । ତାଙ୍କ ପିତା ଜଣେ ଭାରତୀୟ ସେନାରେ ଅଫିସର ଥିଲେ। ତାଙ୍କର ଏକ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ଘଟିଥିଲା।
୧୯୯୮ ମସିହାରେ “ଦିଲ୍ ସେ” ସିନେମା ଦ୍ବାରା ବଲିଉଡରେ ପାଦ ଦେଇଥିଲେ । ପ୍ରୀତି ଅନେକ ହିଟ୍ ସିନେମା ଅଭିନୟ କରିଛନ୍ତି । ସେ ହିନ୍ଦି ସିନେମା ସହ ତେଲଗୁ ସିନେମାରେ ମଧ୍ୟ ନଜର ଆସିଛନ୍ତି । ତାଙ୍କଦ୍ୱାରା ଅଭିନୀତ ସୋଲଜର୍, ସଂଘର୍ଷ, ମିଶନ କଶ୍ମୀର ଆଦି ସିନେମା ବକ୍ସ୍ ଅଫିସରେ ବେଶ୍ ସଫଳ ରହିଥିଲା ।
ପ୍ରିତି ଦୁଇଥର ମରଣ ମୁହଁରୁ ଫେରି ଆସିଛନ୍ତି । ସେ କଲୋମ୍ବୋରେ ଏକ କନସର୍ଟରେ ଯୋଗଦେଇଥିବା ସମୟରେ ବିସ୍ଫୋରଣ ହୋଇ ପେଣ୍ଡାଲ ଉଡିଯାଇଥିଲା। କିନ୍ତୁ ପ୍ରୀତି ଅଳ୍ପକେ ରକ୍ଷା ପାଇଯାଇଥିଲେ। ଏହାପରେ ସେ ଥାଇଲାଣ୍ଡରେ ଛୁଟି କଟାଉଥିବାବେଳେ ସେଠାରେ ସୁନାମୀ ଆସିଥିଲା। କିନ୍ତୁ ସେ ରକ୍ଷା ପାଇଥିଲେ। ପ୍ରିତି ୨୦୧୬ରେ ଆମେରିକାର ବ୍ୟବସାୟୀ ଜିନ୍ ଗୁଣ୍ଡଫ୍ଙ୍କୁ ବିବାହ କରିଥିଲେ।