Odisha Link
Bridging the Missing Links in Odisha

ଜେଏନୟୁ ଛାତ୍ର ଶରଜିଲ ଇମାମଙ୍କୁ ଟାର୍ଗେଟ କଲା ଶିବସେନା, କହିଲା…

ମୁମ୍ବାଇ: ଚର୍ଚ୍ଚାରେ ଜେଏନୟୁ ଛାତ୍ର ଶରଜିଲ ଇମାମ। ଭାରତ ବିରୋଧୀ ମନ୍ତବ୍ୟ ଦେଇଥିବେ ଅଭିଯୋଗରେ ଗିରଫ ହୋଇଛନ୍ତି ସେ। ଅନ୍ୟପଟେ ବିଜେପିର ପୁରୁଣା ସହଯୋଗୀ ଶିବସେନା ତା’ର ମୁଖପତ୍ର ସାମ୍ନା ଜରିଆରେ ଆଜି ଶରଜିଲ ଇମାମଙ୍କୁ ଟାର୍ଗେଟ କରିଛି।

ଏଥିରେ ଉଲ୍ଲେଖ ହୋଇଛି ଯେ, ଶରଜିଲ ମୁସଲିମ ସଂପ୍ରଦାୟର ମୁଣ୍ଡକାଟ କରିଛି। ତେଣୁ ତାଙ୍କ ହାତକୁ କାଟି ଦେବା ଦରକାର ଓ ଏହାକୁ ଜାତୀୟ ରାଜପଥରେ ଥିବା ଚିକେନ ନେକ କରିଡରରେ ରଖିବା ଦରକାର। ହିନ୍ଦୁ ଓ ମୁସଲିମ ମଧ୍ୟରେ ବିବାଦକୁ ତୀବ୍ର କରିବା ପାଇଁ ଉଦ୍ୟମ ଚାଲିଛି।

ଇରାକ ଓ ଆଫଗାନିସ୍ତାନରେ ଯେଉଁଭଳି ସିଭିଲ ୱାର ପରିସ୍ଥିତି ଜାରି ରହିଛି, ଭାରତରେ ମଧ୍ୟ ସେମିତି ସ୍ଥିତି ସୃଷ୍ଟି କରାଯିବାକୁ ଉଦ୍ୟମ ହେଉଛି। ଏଠାରେ ପୂର୍ବରୁ ହିଁ ଅର୍ବାନ ନକ୍ସଲ ରହିଛନ୍ତି। ଏହି ଅର୍ବାନ ନକ୍ସଲଙ୍କ ମଧ୍ୟରୁ ଶରଜିଲ ଅନ୍ୟତମ। ସେ ଗିରଫ ହୋଇଛନ୍ତି। କିନ୍ତୁ ଆଉ କେହି ଯେମିତି ଶରଜିଲ ନ ହେବେ, ସେ ଦାୟିତ୍ୱ ଏବେ ସରକାରଙ୍କ ଉପରେ ରହିଛି। ଶରଜିଲଙ୍କ ବୟାନକୁ ପ୍ରସଙ୍ଗ କରି ଦିଲ୍ଲୀ ନିର୍ବାଚନ ଲଢ଼ିବା ପାଇଁ ବିଜେପି ସୁଯୋଗ ପାଇଛି। ତାଙ୍କ ମନ୍ତବ୍ୟ ଦେଶ ବିରୋଧୀ।”

Comments are closed.