ଭୁଜାଲି ମୁନରେ ଲୁଟ୍

ପାରାଦୀପ: ଭୁଜାଲି ମୁନରେ ଲୁଟ୍। ଆଜି ପାରାଦୀପରେ ଦିନ ଦ୍ବିପହରରେ ଭୁଜାଲି ଦେଖାଇ ଜଣେ ଲୋକଙ୍କଠୁ ଟଙ୍କା ଲୁଟ୍ ହୋଇଛି। ସୂଚନା ମୁତାବକ, ପାରାଦୀପ ପିପିଏଲ୍ ଛକ ଇଷ୍ଟକୋଷ୍ଟ୍ ପେଟ୍ରୋଲ୍ ପମ୍ପର କର୍ମଚାରୀ ଅକ୍ଷୟ ପାଣି ଆଜି ପ୍ରାୟ ସାଢ଼େ ୧୧ଟା ସମୟରେ ନଗଦ ୧ଲକ୍ଷ ଟଙ୍କା ଏବଂ ୩୦ ଲକ୍ଷ ଟଙ୍କାର ଏକ ଚେକ୍ ନେଇ ପାରାଦୀପ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ଜମା କରିବାକୁ ଯାଉଥିଲେ। ରାସ୍ତାରେ ହଠାତ୍ ଦୁଇଜଣ ଯୁବକ ଏକ ବାଇକ୍ରେ ଆସି ତାଙ୍କ ଠାରୁ ନଗଦ ୧ଲକ୍ଷ ଟଙ୍କା ଏବଂ ୩୦ ଲକ୍ଷ ଟଙ୍କାର ଚେକ୍ ଲୁଟି ନେଇଥିଲେ। ସେ ଚିତ୍କାର କରିବା ବେଳକୁ ଦୁଇ ଲୁଟେରା ସେହି ସ୍ଥାନ ଛାଡ଼ି ଚାଲିଯାଇଥିଲେ। ଅକ୍ଷୟ ଏନେଇ ପାରାଦୀପ ଥାନାରେ ଏତଲା ଦେଇଛନ୍ତି। ପାରାଦୀପ ଥାନା ପୁଲିସ୍ ଘଟଣାର ତଦନ୍ତ କରୁଛି।