ପ୍ରଶ୍ନପତ୍ର ଭାଇରାଲ ହେଲେ କାର୍ଯ୍ୟାନୁଷ୍ଠାନ!

ଭୁବନେଶ୍ୱର: ଆସନ୍ତା ୧୯ ତାରିଖରୁ ଅନୁଷ୍ଠିତ ହେବ ମାଟ୍ରିକ ପରୀକ୍ଷା। ଏନେଇ ଗଶଶିକ୍ଷା ବିଭାଗ ପକ୍ଷରୁ ପ୍ରସ୍ତୁତି କାର୍ଯ୍ୟ ଚୂଡ଼ାନ୍ତ ହୋଇସାରିଛି। ତେବେ ଚଳିତ ବର୍ଷ ଯଦି ମାଟ୍ରିକ ପ୍ରଶ୍ନପତ୍ର ଭାଇରାଲ ହୁଏ ତେବେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ କହିଛନ୍ତି। ମାଟ୍ରିକ ପ୍ରଶ୍ନପତ୍ର ଭାଇରାଲ ହେଲେ ସମ୍ପୃକ୍ତ ସେଣ୍ଟର ଦାୟିତ୍ୱରେ ଥିବା ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ତେବେ ଭାଇରାଲ ନହେବା ପାଇଁ କୋଡିଂ ବ୍ୟବସ୍ଥା ହୋଇଛି। ଆଶା କରୁଛି ଏଥର ପ୍ରଶ୍ନପତ୍ର ଭାଇରାଲ ହେବନାହିଁ ବୋଲି ମନ୍ତ୍ରୀ ସମୀର ଦାଶ କହିଛନ୍ତି।
ସୂଚନାଯୋଗ୍ୟ ଯେ, ଆସନ୍ତା ଫେବୃଆରୀ ୧୯ରୁ ମାଟ୍ରିକ ପରୀକ୍ଷା ଅନୁଷ୍ଠିତ ହେବ। ମାର୍ଚ୍ଚ ୨ ପର୍ଯ୍ୟନ୍ତ ପରୀକ୍ଷା ଚାଲିବ। ପ୍ରଥମ ଦିନ ଅର୍ଥାତ ୧୯ରେ ପ୍ରଥମ ଭାଷା ଓଡ଼ିଆ ପରୀକ୍ଷା ହେବ। ସେହିପରି ଫେବୃଆରୀ ୨୨ରେ ଇଂରାଜୀ, ୨୪ରେ ସଂସ୍କୃତ/ହିନ୍ଦୀ ପରୀକ୍ଷା ହେବ। ଅପରପକ୍ଷରେ ୨୬ରେ ଗଣିତ, ୨୮ରେ ସାଧାରଣ ବିଜ୍ଞାନ ପରୀକ୍ଷା ହେବବୋଲି ବୋଡର଼୍ ପକ୍ଷରୁ ସୂଚନା ଦିଆଯାଇଛି। ମାର୍ଚ୍ଚ ୨ରେ ସାମାଜିକ ବିଜ୍ଞାନ ପରୀକ୍ଷା କରାଯିବ ବୋଲି ନୋଟିସ ପ୍ରକାଶ ପାଇଛି। ସକାଳ ୧୦ଟାରୁ ୧୨ଟା ୩୦ ପର୍ଯ୍ୟନ୍ତ ହେବାର ଥିବାବେଳେ ଗଣିତ ପରୀକ୍ଷା ପାଇଁ ଅଧିକ ୧୫ ମିନିଟ ସମୟ ପ୍ରଦାନ କରାଯିବ।