Odisha Link
Bridging the Missing Links in Odisha

ରେପୋରେଟ୍‌ ଅପରିବର୍ତ୍ତିତ, ଜିଡିପି ଆକଳନ ୬%

ନୂଆଦିଲ୍ଲୀ: ଆଜି ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆ(ଆରବିଆଇ) ରେପୋରେଟ୍‌ ପୂର୍ବବତ୍‌ ୫.୧୫%ରେ ଅପରିବର୍ତ୍ତିତ ରଖିଥିବା ଘୋଷଣା କରିଛି। ମନିଟାରୀ ପଲିସି କମିଟି (ଏମ୍‌ପିସି) ଷଷ୍ଠ ଦ୍ୱିମାସିକ ବୈଠକରେ ଏହି ନିଷ୍ପତ୍ତି ନେଇଛନ୍ତି। ଏହି ବୈଠକର ଆକଳନ ଅନୁଯାୟୀ ୨୦୨୦-୨୧ ବା ଆଗାମୀ ଆର୍ଥିକ ବର୍ଷରେ ୬% ଜିଡିପି ଅଭିବୃଦ୍ଧି ହାର ରହିବ।

ଅପରପକ୍ଷେ ଅକ୍ଟୋବର-ଡିସେମ୍ବର ପାଇଁ ୬.୨% ଆକଳନ କରାଯାଇଛି। ଅର୍ଥନୀତି ସୁଧାରିବା ପାଇଁ ଆରବିଆଇ ଆକମୋଡେଟିଭ୍‌ ଷ୍ଟାନ୍ସ ନେଉଥିବା ଏହି ଅବସରରେ କୁହାଯାଇଛି। ଅର୍ଥନୀତି ଲଗାତାର ଦୁର୍ବଳ ହେବାରେ ଲାଗିଛି ଏବଂ ଆଉଟ୍‌ପୁଟ୍‌ ଗ୍ୟାପ୍‌ ମଧ୍ୟ ନକାରାତ୍ମକ ରହିଛି।

ଆରବିଆଇ ସୁଧ ହାର ଅପରିବର୍ତ୍ତିତ ରଖିବା ପାଇଁ ମନିଟାରୀ ପଲିସି କମିଟିର ସମସ୍ତ ୬ ଜଣ ସଦସ୍ୟ ମତ ଦେଇଥିଲେ। ପୂର୍ବଥର ମଧ୍ୟ ଏହାକୁ ଅପରିବର୍ତ୍ତିତ ରଖାଯାଇଥିଲା। ଏବେ ମଧ୍ୟ ମୁଦ୍ରାସ୍ପୀତି ବଢ଼ିବାରେ ଲାଗିଥିବାରୁ ଆରବିଆଇ ନିଜ ନିଷ୍ପତ୍ତିରେ ଅଟଳ ରହିଛି।

ଏହି ନିଷ୍ପତ୍ତି ବାବଦରେ ଆରବିଆଇ ଗଭର୍ଣ୍ଣର କହିଛନ୍ତି, ଗତ ୨ ମାସ ତଳ ବୈଠକ ପରଠାରୁ ବିଶ୍ୱ ସ୍ତରରେ ଅର୍ଥନୀତି ସୁଧୁରିପାରି ନାହିଁ। ବିଶ୍ୱ ସ୍ତରରେ ଅତ୍ୟଧିକ ମୁଦ୍ରାସ୍ପୀତି, କମ୍‌ ଉତ୍ପାଦନ ଏବଂ ଅଧିକ ମାତ୍ରାରେ କ୍ୟାପିଟାଲ ଗୁଡ୍ସ ଆମଦାନୀ ଆଦି ଏହାର ପ୍ରମୁଖ କାରଣ। ଏଥିସହ ସେ ଆହୁରି କହିଥିଲେ, ଶିଳ୍ପ କ୍ଷେତ୍ରରେ ମଧ୍ୟ ଉନ୍ନତି ପରିଲିକ୍ଷିତ ହୋଇଛି। କୋର୍‌ ଇଣ୍ଡଷ୍ଟ୍ରୀର ପ୍ରଦର୍ଶନ ମଧ୍ୟ ଭଲ ରହିଛି। ସେହିଭଳି ରବି ଫସଲ ଭଲ ରହିଥିବା ସେ କହିଛନ୍ତି। ହେଲେ ଉତ୍ପାଦନ ୨୦୧୯-୨୦ର ତୃତୀୟ ତ୍ରୟମାସିକରେ ଏତେ ଭଲ ନଥିବା ଆରବିଆଇର ମନିଟାରୀ ପଲିସି ଷ୍ଟେଟମେଣ୍ଟରୁ ଜଣାପଡ଼ିଛି।

Comments are closed.