Odisha Link
Bridging the Missing Links in Odisha

ହୋମ ସର୍ଭିଲିଆନ୍ସରେ ୨୬ ସନ୍ଦିଗ୍ଧ: ଡିମଏମଇଟି

ଭୁବନେଶ୍ୱର: ଦିନକୁ ଦିନ ଭୟଙ୍କର ରୂପ ନେଉଛି କରୋନା ଭାଇରସ। ତେବେ ବର୍ତ୍ତମାନ ୨୬ ଜଣ କରୋନା ସନ୍ଦିଗ୍ଧଙ୍କୁ ହୋମ ସର୍ଭିଲିଆନ୍ସରେ ରଖାଯାଇଛି। ରାଜ୍ୟରେ କରୋନା ମୁକାବିଲା ନେଇ ଡିଏମଇଟି ସିବିକେ ମହାନ୍ତି ଏହି ସୂଚନା ଦେଇଛନ୍ତି।

ତାଙ୍କ ସୂଚନା ଅନୁଯାୟୀ ଗତ ମାସ ୧୫ ପରେ ଚୀନ, ଥାଇଲାଣ୍ଡ ଓ ହଂକଂରୁ ୩୩ ଜଣ ଓଡ଼ିଶା ଫେରିଛନ୍ତି। ଅଳ୍ପ ଲକ୍ଷଣ ଥିବା ୩ ଜଣଙ୍କ ମଧ୍ୟରୁ ଫୁଲବାଣୀର ଜଣେ ଡିସଚାର୍ଜ ହୋଇଛନ୍ତି। ବାକି ୩୦ରୁ ୪ ଜଣଙ୍କ ରିପୋର୍ଟ ନେଗେଟିଭ ଆସିଛି। ବାକି ୨୬ ଜଣଙ୍କୁ ହୋମ ସର୍ଭିଲିଆନ୍ସରେ ରଖାଯାଇଛି। କରୋନା ମୁକାବିଲା ପ୍ରସ୍ତୁତିକୁ କେନ୍ଦ୍ରୀୟ ଟିମ ତଦାରଖ କରିଛନ୍ତି ବୋଲି ସେ କହିଛନ୍ତି। ତେବେ କରୋନା ମୁକାବିଲା ପାଇଁ ହୋମିଓପାଥି ଔଷଧ ସମ୍ପର୍କରେ ସେ ନିଜ ମତ ରଖି କହିଛନ୍ତି ଯେ, ହୋମିଓପାଥି ଔଷଧ ସମ୍ପକରେର ଆୟୁଷ ଡାକ୍ତର କହିପାରିବେ।

Comments are closed.