Odisha Link
Bridging the Missing Links in Odisha

ବାବର ହେଉଛନ୍ତି ଆତଙ୍କବାଦୀ: ଶଙ୍କରାଚାର୍ଯ୍ୟ

ପୁରୀ : ଅଯୋଧ୍ୟାରେ ମସଜିଦ ନିର୍ମାଣ ପାଇଁ ୫ ଏକରର ଜମି ଦେବାନେଇ ବିରୋଧ କରିଛନ୍ତି ପୁରୀ ଶଙ୍କରାଚାର୍ଯ୍ୟ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀ। ସେ କହିଛନ୍ତି, ଏହି ନିଷ୍ପତି ଆତଙ୍କବାଦ ଓ ଦେଶ ବିଭାଜନକୁ ପ୍ରୋତ୍ସାହିତ କରିବ। ଏପରିକି ଯେଉଁମାନେ ଏଭଳି ନିଷ୍ପତି ନେଉଛନ୍ତି ସେମାନେ ଦେଶରେ ଅରାଜକତା ସୃଷ୍ଟି କରିବାକୁ ଉସୁକାଉଛନ୍ତି ବୋଲି ରୋକଠୋକ୍ କହିଛନ୍ତି ଶଙ୍କରାଚାର୍ଯ୍ୟ।
ସେହିପରି ମାନବ ଜାତି ଉପରେ ଅରାଜକତା ଏବଂ ଦମନଲୀଳା ପାଇଁ ବାବର ବିଶ୍ୱ ସମୁଦାୟ ପାଇଁ ଆତଙ୍କବାଦୀ। ହେଲେ ବାବରକୁ ସମ୍ମାନ ଦେଇ ମସିଜିଦ୍ ନିର୍ମାଣ ପାଇଁ ଅଯୋଧ୍ୟାରେ ଜାଗା ଦେବା ଏକ ବିଭାଜନ ସୃଷ୍ଟି କରିବ। କାରଣ ଅଯୋଧ୍ୟାରେ ଯେଉଁ ସ୍ଥିତି ତାହା ଆଗକୁ ମଥୁରା ଓ ବାରଣାସୀରେ ବି ସୃଷ୍ଟି ହେବ। ସରକାର ଏହି ନିଷ୍ପତିର ପୁନଃବିଚାର କରିବାକୁ ଶଙ୍କରାଚାର୍ଯ୍ୟ ଅନୁରୋଧ କରିଛନ୍ତି। ସୁପ୍ରିମକୋର୍ଟ ଅଯୋଧ୍ୟାରେ ରାମ ମନ୍ଦିର ପାଇଁ ନିର୍ଦ୍ଦେଶ ଦେବା ସହ ମସଜିଦ ନିର୍ମାଣ ଲାଗି କହିଛନ୍ତି। ଏଥିପାଇଁ ମୁସଲିମ ପକ୍ଷକୁ ୫ ଏକର ଜମି ଯୋଗାଇଦିଆଯିବ। ଗତକାଲି ସରକାର କୋର୍ଟ ନିର୍ଦ୍ଦେଶ ଅନୁସାରେ ଟ୍ରଷ୍ଟ ବୋର୍ଡ ଗଠନ କରିଛନ୍ତି। ଏଥିରେ ୧୫ ଜଣ ସଦସ୍ୟ ଅଛନ୍ତି।

Comments are closed.