Odisha Link
Bridging the Missing Links in Odisha

ସାନି ଡେଥ୍ ୱାରେଂଟ ପାଇଁ ତିହାର ଜେଲ କର୍ତ୍ତୃପକ୍ଷଙ୍କ ଆବେଦନ

ନୂଆଦିଲ୍ଲୀ: ନିର୍ଭୟା ଦୋଷୀଙ୍କୁ ଫାଶୀ ଦେବା ପାଇଁ ଆବେଦନ କଲେ ତିହାର ଜେଲ କର୍ତ୍ତୃପକ୍ଷ। ସାନି ଡେଥ ୱାରେଂଟ ଜାରି କରିବାକୁ ଟ୍ରାଏଲ କୋର୍ଟରେ ଆବେଦନ କରିଛନ୍ତି ତିହାର ଜେଲ କର୍ତ୍ତୃପକ୍ଷ। ଏଥିସହ ଆସନ୍ତାକାଲି ଦିଲ୍ଲୀ ହାଇକୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ କରି କେନ୍ଦ୍ର ସରକାରଙ୍କ ଆବେଦନ ଉପରେ ଶୁଣାଣି କରିବେ ସୁପ୍ରିମକୋର୍ଟ।

ସୁଚନାଯୋଗ୍ୟ, ଦୋଷୀଙ୍କ ଫାଶୀ ଉପରେ ପଟିଆଲା ହାଉସ କୋର୍ଟ ଲଗାଇଥିବା ରହିତାଦେଶକୁ ନେଇ ଦିଲ୍ଲୀ ହାଇକୋର୍ଟରେ ଆବେଦନ କରିଥିଲେ କେନ୍ଦ୍ର ସରକାର। ଯାହାକୁ କାଲି ଦିଲ୍ଲୀ ହାଇକୋର୍ଟ ଖାରଜ କରିଦେଇଥିଲେ। ଏହା ବିରୋଧରେ ସୁପ୍ରିମକୋର୍ଟରେ ଆବେଦନ କରିଛି କେନ୍ଦ୍ର। ଜଣେ ଦୋଷୀର ଆବେଦନ ବିଚାରାଧୀନ ଥିଲେ ଅନ୍ୟ ଦୋଷୀଙ୍କୁ କାହିଁକି ଫାଶୀ ଦିଆଯିବନି ସେ ନେଇ କୋର୍ଟରେ ଅପିଲ କରିଥିଲେ କେନ୍ଦ୍ର ସରକାର। ଏହି ମାମଲାରେ କେନ୍ଦ୍ରର ଆବେଦନକୁ ଖାରଜ କରିବା ସହ ନିର୍ଭୟା ମାମଲାରେ ୪ ଦୋଷୀଙ୍କୁ ଅଲଗା ନୁହେଁ ବରଂ ଏକକାଳିନ ଫାଶୀ ଦିଆଯିବ ବୋଲି କୋର୍ଟ କହିଥିଲେ। ଏଥିସହ ଦୋଷୀମାନଙ୍କୁ ସାତ ଦିନ ଭିତରେ ସମସ୍ତ ପ୍ରକାର ଆଇନଗତ ପ୍ରକ୍ରିୟା ଶେଷ କରିବାକୁ ଗତକାଲି କୋର୍ଟ ନିର୍ଦ୍ଦେଶ ଦେଇଥିଲେ।

Comments are closed.