Odisha Link
Bridging the Missing Links in Odisha

ରାହୁଲଙ୍କ ‘ଠେଙ୍ଗାରେ ପିଟିବେ ଯୁବପିଢ଼ୀ’ ମନ୍ତବ୍ୟ: ମୋଦି କହିଲେ ସୂର୍ଯ୍ୟ ନମସ୍କାର କରି ପିଠି ମଜଭୁତ କରିବି

ନୂଆଦିଲ୍ଲୀ: ବଜେଟ ଅଧିବେଶନରେ ରାଷ୍ଟ୍ରପତି ଦେଇଥିବା ଅଭିଭାଷଣର ଧନ୍ୟବାଦ ଭାଷଣ ଦେଇଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଧନ୍ୟବାଦ ପ୍ରସ୍ତାବ ଉପରେ ଚର୍ଚ୍ଚା କରିବା ସମୟରେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ କରିଛନ୍ତି ନରେନ୍ଦ୍ର ମୋଦି। ରାହୁଲଙ୍କ ବୟାନକୁ ଟାର୍ଗେଟ କରି ମୋଦି କହିଲେ ଯେ, ସୂର୍ଯ୍ୟ ନମସ୍କାରର ସଂଖ୍ୟା ବଢ଼ାଇଦେବି, ସୂର୍ଯ୍ୟ ନମସ୍କାର କରି ପିଠି ମଜୁବୁତ କରିବି।

ସଂସଦରେ ମୋଦି କହିଲେ ଯେ, ମୁଁ ଏକ କଂଗ୍ରେସ ନେତାଙ୍କ ଘୋଷଣା ପତ୍ର ଶୁଣିଲି କି ଯେ ୬ମାସରେ ଯୁବପୀଢ଼ି ମୋଦିକୁ ଲାଠି ମାଡ଼ କରିବେ। କାମ ଟିକେ କଷ୍ଟ ହେଲେ ପ୍ରସ୍ତୁତି ପାଇଁ ସମୟ ଲାଗିବ। ମୁଁ ବି ୬ମାସରେ ପ୍ରତିଦିନ ସୂର୍ଯ୍ୟ ନମସ୍କାର ସଂଖ୍ୟ ବଢ଼ାଇବି। ୨୦ ବର୍ଷ ହେଲା ଖରାପ କଥା ଶୁଣି ଆସିଲିଣି। ଫଳରେ ନିକଜୁ ଗାଳିର ପ୍ରୁଫ୍‌ ବନେଇ ସାରିଲିଣି। ମୁଁ କୃତଜ୍ଞ ଯେ ମୋତେ ୬ମାସର ସମୟ ଦିଆଯାଇଛି। ଏଭଳି ଢଙ୍ଗରେ ରାହୁଲଙ୍କ ଜବାବର ପ୍ରତିକ୍ରିୟା ଦେଇଥିଲେ ମୋଦି।

ଦିଲ୍ଲୀରେ ବିଧାନସଭା ନିର୍ବାଚନକୁ ମାହୋଲ ସରଗରମ ଥିବା ବେଳେ ଗତକାଲି କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧି ମୋଦିଙ୍କୁ ବିରୋଧରେ ବିବାଦୀୟ ମନ୍ତବ୍ୟ ଦେଇଥିଲେ। ଦିଲ୍ଲୀର ହୌଜକାଜି ଅଂଚଳରେ ନିର୍ବାଚନୀ ପ୍ରଚାର ବେଳେ ବେକାରି ସମସ୍ୟା ନେଇ ମୋଦିଙ୍କୁ ଘେରିଛନ୍ତି ରାହୁଲ ଗାନ୍ଧୀ। ରାହୁଲ କହିଛନ୍ତି, ଏବେ ଭାଷଣ ଦେଉଥିବା ନରେନ୍ଦ୍ର ମୋଦି, ୬ମାସ ପରେ ଘରୁ ବାହାରି ପାରିବେନାହିଁ। ଭାରତର ଯୁବପୀଢି ତାଙ୍କୁ ମାଡ ମାରି ବୁଝାଇଦେବେ ଯେ, ଯୁବପୀଢିଙ୍କୁ ଚାକିରୀ ନଦେଇ ଦେଶ ଆଗକୁ ବଢିପାରିବନାହିଁ।

Comments are closed.