Odisha Link
Bridging the Missing Links in Odisha

ପରବିନ୍ଦରଙ୍କ ନାଁରେ ପାଲଟା ମାମଲା

ଭୁବନେଶ୍ୱର: ଭୁବନେଶ୍ୱର ଲକ୍ଷ୍ମୀସାଗର ଅଞ୍ଚଳରେ ଶିଖ ବ୍ୟକ୍ତିଙ୍କୁ ମାଡ଼ ଘଟଣାରେ ଏବେ ଆଉ ଗୋଟିଏ ଟ୍ୱିଷ୍ଟ ଆସିଛି। ଶିଖ ବ୍ୟକ୍ତି ପରବିନ୍ଦର ପାଲ ସିଂହଙ୍କ ବିରୋଧରେ ପାଲଟା ମାମଲା ରୁଜୁ କରାଯାଇଛି। ପ୍ରତିପକ୍ଷଙ୍କ ପକ୍ଷରୁ ଭୁବନେଶ୍ୱର ଏସଡିଜେଏମଙ୍କ କୋର୍ଟରେ ପରବିନ୍ଦର ପାଲ ସିଂହଙ୍କ ବିରୋଧରେ ପାଲଟା ମାମଲା ରୁଜୁ କରାଯାଇଛି। ଗଣ୍ଡଗୋଳ ସମୟରେ ପରବିନ୍ଦର ପ୍ରଥମେ ଜାତି ଓ ବାପାଙ୍କ ନାଁ ଧରି ଗାଳିଦେଇଥିବା ପ୍ରତିପକ୍ଷଙ୍କ ପକ୍ଷରୁ ଅଭିଯୋଗ ହୋଇଛି ।

ସୂଚନାଯୋଗ୍ୟ ଯେ, ଲକ୍ଷ୍ମୀସାଗର ଭଗବାନ ଆପାର୍ଟମେଂଟ ସମ୍ମୁଖରେ ସ୍ଥାନୀୟ ଅଂଚଳରେ ରହୁଥିବା ପରବିନ୍ଦର ସିଂଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ କିଛି ସ୍ଥାନୀୟ ଯୁବକ। ଏମିତିକି ପଥରେ ମୁହଁକୁ ଆକ୍ରମଣ କରିବାକୁ ବି ପଛାଇ ନଥିଲେ। ଆଉ ସବୁଠୁ ବଡ କଥା ହେଉଛି ଏସବୁ ଘଟିଥିଲା ପୋଲିସର ଉପସ୍ଥିତିରେ । ଯାହାକୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା।

Comments are closed.