Odisha Link
Bridging the Missing Links in Odisha

ନାଗରିକତା ଆଇନକୁ ନେଇ ବଡ଼ ବୟାନ ଦେଲେ ରଜନୀକାନ୍ତ

ନୂଆଦିଲ୍ଲୀ: ସାରା ଦେଶରେ ନାଗରିକତା ସଂଶୋଦନ ଆଇନ୍‌(ସିଏଏ)କୁ ବିରୋଧ ଜାରି ରହିଛି। ଏହାରିମଧ୍ୟରେ ସିଏଏକୁ ନେଇ ବଡ଼ ବୟାନ ଦେଇଛନ୍ତି ତାମିଲ ସୁପରଷ୍ଟାର ରଜନୀକାନ୍ତ। ନାଗରିକତା ସଂଶୋଧନ ଆଇନକୁ ନେଇ ରଜନୀକାନ୍ତ କହିଛନ୍ତି ଯେ, ଏହି ଆଇନ ଦ୍ବାରା ମୁସଲମାନମାନଙ୍କୁ କୌଣସି ବିପଦ ଆସିବ ନାହିଁ । ସେହିପରି ଏନପିଆର ସମର୍ଥନରେ କହିଛନ୍ତି ଦେଶ ପାଇଁ ରାଷ୍ଟ୍ରୀୟ ଜନସଂଖ୍ୟା ପଞ୍ଜିକା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ।

ସଂଶୋଧନ ନାଗରିକତ୍ୱ ଆଇନର ସମର୍ଥନ କରିଛନ୍ତି ଏବଂ କହିଛନ୍ତି ଯେ ଏହି ଆଇନ ଦ୍ୱାରା ମୁସଲମାନଙ୍କୁ କୌଣସି ବିପଦ ନାହିଁ । ଅନ୍ୟପଟେ, ରଜନୀକାନ୍ତ ଏନପିଆରର ସମର୍ଥନ କରିଛନ୍ତି ଏବଂ କହିଛନ୍ତି ରାଷ୍ଟ୍ରୀୟ ଜନସଂଖ୍ୟା ପଞ୍ଜିକା ଅତ୍ୟନ୍ତ ଆବଶ୍ୟକୀୟ । ରଜନୀକାନ୍ତ କହିଛନ୍ତି କେନ୍ଦ୍ର ସରକାର ଆଶ୍ୱାସନ ଦେଇଛନ୍ତି ଯେ ଭାରତୀୟ ଲୋକଙ୍କୁ ସିଏଏରୁ କୌଣସି ଅସୁବିଧା ହେବ ନାହିଁ । ସେ ଅଭିଯୋଗ ଲଗାଇଛନ୍ତି ଯେ କିଛି ରାଜନୈତିକ ଦଳ ନିଜର ସ୍ୱାର୍ଥ ହିତ ଉଦ୍ଦେଶ୍ୟରେ ସିଏଏ ବିରୋଧରେ ଲୋକଙ୍କୁ ଉସକାଉଛନ୍ତି। ସେ ଏହି ଆଇନର ବିରୋଧରେ ହେଉଥିବା ପ୍ରଦର୍ଶନ ଲାଗି ଧାର୍ମିକ ନେତାମାନଙ୍କୁ ଦାୟୀ କରିଛନ୍ତି ଏବଂ ଏହାକୁ ଅତି ଖରାପ କହିଛନ୍ତି । ଏହାସହ ସେ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି ଯେ ମୁସଲମାନଙ୍କୁ କିପରି ଦେଶରୁ ବାହାର କରାଯାଇ ପାରିବ, ଯେଉଁମାନେ ନିଜେ ବିଭାଜନ ସମୟରେ ଭାରତରେ ରହିବାକୁ ନିଷ୍ପତ୍ତି ନେଇଥିଲେ । ସେମାନଙ୍କୁ କିପରି ଦେଶ ବାହାରକୁ ବାହାର କରାଯିବ ।

Comments are closed.