Odisha Link
Bridging the Missing Links in Odisha

ସମୁଦ୍ରରୁ ଦମ୍ପତ୍ତିଙ୍କୁ ଉଦ୍ଧାର କଲେ ଲାଇଫ ଗାର୍ଡ

ପୁରୀ: ସମୁଦ୍ରରେ ଲହଡିରେ ଭାସି ଯାଉଥିବାବେଳେ ଦେବଦୂତ ସାଜି ଜୀବନ ବଞ୍ଚାଇଲେ ଲାଇଫ ଗାର୍ଡ। ଏଭଳି ଘଟଣା ଘଟିଛି ପୁରୀ ଚୈତନ୍ୟ ଛକ ସମୁଦ୍ର ବେଳାଭୂମି ନିକଟରେ। ପଶ୍ଚିମବଙ୍ଗରୁ ପୁରୀ ବୁଲିବାକୁ ଆସିଥିବା ୨ ଦମ୍ପତି ସମୁଦ୍ରରେ ଗାଧୋଉଥିଲେ ହଠାତ୍ ଏକ ବଡ଼ ଲହଡି ଆସିବାରୁ ୪ ଜଣ ଭାସି ଯାଇଥିଲେ। ସେହି ସମୟରେ ସମୁଦ୍ର ବେଳାଭୂମିରେ ଥିବା ଲାଇଫ ଗାର୍ଡ ତୁରନ୍ତ ସମୁଦ୍ର ମଧ୍ୟକୁ ଲମ୍ଫ ମାରି ଟ୍ୟୁବ୍‌ ସାହାଯ୍ୟରେ ୪ ଜଣଙ୍କୁ ଉଦ୍ଧାର କରିଛନ୍ତି। ଉଦ୍ଧାର ହୋଇଥିବା ଦମ୍ପତି ହେଲେ ଗୋବିନ୍ଦ ଧରା ଓ ତାଙ୍କ ପତ୍ନୀ ତନୁଶ୍ରୀ। ଆଉ ଜଣେ ଦମ୍ପତି ହେଲେ ବାବୁଲା ମାଲାକାର ଓ ତାଙ୍କ ପତ୍ନୀ ଜୁମା। ଏହି ୨ ଦମ୍ପତି ଏବେ ସୁସ୍ଥ ଥିବା ସୂଚନା ମିଳିଛି।

Comments are closed.