Odisha Link
Bridging the Missing Links in Odisha

ଝାରସଗୁଡାର ୫୦ଟି ହସ୍ପିଟାଲକୁ ମଲ୍ଟିସ୍ପେଶିଆଲିଷ୍ଟ ହସ୍ପିଟାଲ କରିବାକୁ ଘୋଷଣା କରନ୍ତୁ ରାଜ୍ୟ ସରକାର :ବିଜେପି

ଭୁବନେଶ୍ୱର : ଓଡିଶାର ସ୍ୱାସ୍ଥ୍ୟ ମବୀ ମିଥ୍ୟା କହି କେବଳ ବାହା ବାହା ମାରୁଛନ୍ତି ।  ସେ ସାରା ଓଡିଶା ବୁଲି ବିଭିନ୍ନ ମେଡିକାଲ ଦେଖିଲେ କିନ୍ତୁ ନିଜ ନିର୍ବାଚନମଣ୍ଡଳୀରେ ଥିବା ସ୍ୱାସ୍ଥ୍ୟ କେନ୍ଦ୍ରକୁ ଭୁଲି ଗଲେ । ଗତ ମେ ୨୦୧୯ ରେ ଝାରସୁଗୁଡା ଜିଲ୍ଲାର ମଙ୍ଗଳବଜାର ସ୍ଥିତ ମୁଖ୍ୟ ଡାକ୍ତରଖାନା ଚିକିତ୍ସାଳୟକୁ ସହରରୁ ୧୫ କିମି ଦୂରକୁ ସ୍ଥାନାନ୍ତରଣ କରାଯାଇଥିଲା ।

ସେ ସମୟରେ ଦଳ ମତ ନିର୍ବିଶେଷରେ ପୁରୁଣା ହସ୍ପିଟାଲକୁ କାର୍ଯ୍ୟକ୍ଷମ କରିବା ପାଇଁ ଆନ୍ଦୋଳନ ହୋଇଥିଲା । ସ୍ୱାସ୍ଥ୍ୟମନ୍ତ୍ରୀ ମଧ୍ୟ ଝାରସୁଗୁଡାବାସୀଙ୍କୁ ସେହି ମେଡିକାଲକୁ ଉନ୍ନତିକରଣ କରି ଚଲାଇ ରଖିବା ନେଇ ପ୍ରତିଶୃତି ଦେଇଥିଲେ ।

କିନ୍ତୁ ତାହା ଆଜି ପର୍ଯ୍ୟନ୍ତ କରିଲେ ନାହିଁ । କହି ଦେଉ ଥାଏ ପରକୁ ବୁଦ୍ଧି ନଦିଶଇ ଘରକୁ ଭଳି ସ୍ୱାସ୍ଥ୍ୟମନ୍ତ୍ରୀ ତଥା ଝାରସୁଗୁଡା ବିଧାୟକ ନବ ଦାସ ନିଜ ପ୍ରତିଶୃତି କଥା ଭୃଲି ଝାରସୁଗୁଡାବାସୀଙ୍କ ପ୍ରତି ପ୍ରତାରଣା କରିଛନ୍ତି ବୋଲି ଯୁବମୋର୍ଚ୍ଚା ରାଜ୍ୟ ସଭାପତି ଟଙ୍କଧର ତ୍ରିପାଠୀ ଅଭିଯୋଗ କରିଛନ୍ତି ।

ରାଜ୍ୟ କାର୍ଯ୍ୟାଳୟରେ ସାମ୍ବାଦିକ ସମ୍ମିଳନୀରେ ତ୍ରିପାଠୀ କହିଛନ୍ତି ଯେ, ଝାରସୁଗୁଡା ସହରରେ ଦେଢଲକ୍ଷରୁ ଅଧିକ ଲୋକ ବସବାସ କରୁଛନ୍ତି । ମୁଖ୍ୟ ଡାକ୍ତରଖାନା ୧୫ କିମି ଦୂରରେ ଥିବାରୁ ଗରିବ ରୋଗୀମାନେ ବ୍ୟାପକ ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି ।

ଗମନାଗମନର ବ୍ୟବସା୍ଥ ନଥିବାରୁ ବିଶେଷ କରି ଗର୍ଭବତୀ ମହିଳାମାନଙ୍କୁ ନୂତନ ହସ୍ପିଟାଲକୁ ନେବା କାଠିକର ପାଠ ହେଉଛି । ଦୀପ ତଳ ଅନ୍ଧୀର ଭଳି ସ୍ୱାସ୍ଥ୍ୟମବୀଙ୍କ ନିଜ ନିର୍ବାଚନମଣ୍ଡଳୀରେ ଲୋକମାନଙ୍କୁ ଠିକ୍ ଭାବେ ସ୍ୱାସ୍ଥ୍ୟ ସେବା ନମିଳିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ।

ଆଗାମୀ ୭ ଦିନ ଭିତରେ ରାଜ୍ୟସରକାର ଓ ସ୍ୱାସ୍ଥ୍ୟ ବିଭାଗ ମଙ୍ଗଳ ବଜାର ସ୍ଥିତ ପୁରୁଣା ହସ୍ପିଟାଲକୁ ୫୦ଟି ଶଯ୍ୟା ବିଶିଷ୍ଟ ମଲ୍ଟିସ୍ପେଶିଆଲିଷ୍ଟ ହସ୍ପିଟାଲ କରିବାକୁ ଘୋଷଣା କରନ୍ତୁ । ଏହା ସହ ପ୍ରସୂତି ମହିଳାଙ୍କ ସେବା ପାଇଁ ସେଠାରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଉ ।

ସହରରୁ ୧୫ କିମି ଦୂରରେ ହୋଇଥିବା ମୁଖ୍ୟ ଚିକିତ୍ସାଳୟକୁ ଗମନାଗମନର ସୁବ୍ୟବସ୍ଥା କରାଯାଇ ସରକାରୀ ବସର ଚାଲୁ କରାଯାଉ ବୋଲି ତ୍ରିପାଠୀ ଦାବି କରିଛନ୍ତି । ଯଦି ୭ ଦିନ ମଧ୍ୟରେ ସ୍ୱାସ୍ଥ୍ୟ ମନ୍ତ୍ରୀ ଏହି ଦାବିକୁ ଗ୍ରହଣ ନକରିବେ ଆଗାମୀ ଦିନରେ ଝାରସୁଗୁଡା ଜିଲ୍ଲାରେ ବ୍ୟାପକ ଜନ ଆନ୍ଦୋଳନ ହେବ ବୋଲି ତ୍ରୀପାଠି ଚେତାବନୀ ଦେଇଛନ୍ତି । ଏହି ଅବସରରେ ରାଜ୍ୟ ବିଜେପି ଗଣମାଧ୍ୟମ ବିଭାଗ ମୁଖ୍ୟ ଓ ରାଜ୍ୟ ମୁଖପାତ୍ର ଗୋଲକ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।

Comments are closed.