Odisha Link
Bridging the Missing Links in Odisha

ପ୍ରେମିକାଙ୍କୁ ପତ୍ନୀର ମାନ୍ୟତା ଦେବାକୁ ଯୁବତୀ ବନିଲେ ଯୁବକ

ଭୁବନେଶ୍ଵର: ପ୍ରେମ ପାଇଁ ଜଣେ ଅନ୍ୟ ଜଣକ ଲାଗି ସବୁକିଛି ତ୍ୟାଗ କରିବାକୁ ବି ପଛାଇ ନ ଥାଏ। ଏହାର ଏକ ବାସ୍ତବ ଉଦାହରଣ ଦେଖିବାକୁ ମିଳିଛି ନୂଆଦିଲ୍ଲୀରେ। ନିଜ ପ୍ରେମକୁ ପାଇବା ଲାଗି ଜଣେ ବି.ଟେକ୍‌ ଛାତ୍ରୀ ଝିଅରୁ ପୁଅ ହୋଇଛନ୍ତି। ଆଉ ଶେଷରେ ଭଲ ପାଉଥିବା ନିଜ ମନର ମଣିଷକୁ ବିବାହ କରିଛନ୍ତି।
ସୂଚନାଯୋଗ୍ୟ ଯେ, ମାଲକାନଗିରି ଜିଲ୍ଲାର ଦୁଇ ଯୁବତୀ ପରସ୍ପରଙ୍କୁ ଭଲ ପାଉଥିଲେ। ଉଭୟଙ୍କ ସମଲିଙ୍ଗୀ ସମ୍ପର୍କକୁ ସମାଜ କାଳେ ସ୍ବୀକୃତି ନ ଦେବ ସେଥିଲାଗି ସେମାନଙ୍କ ମଧ୍ୟରୁ ଜଣେ ନିଜର ଲିଙ୍ଗ ପରିବର୍ତ୍ତନ କରିବାକୁ ନିଷ୍ପତ୍ତି ନେଲେ। ବର୍ଷକ ତଳେ ସେମାନେ ଦିଲ୍ଲୀ ଚାଲିଯାଇଥିଲେ। ଜଣେ ଯୁବତୀ ସେଠାରେ ଅପରେଶନ ଜରିଆରେ ଝିଅରୁ ପୁଅ ହୋଇଥିଲେ। ନିକଟରେ ଉଭୟେ ପରସ୍ପରକୁ ଜୀବନ ସାଥୀ ରୂପେ ଗ୍ରହଣ କରିବା ଲାଗି ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ରୀତି ନୀତି ଅନୁସାରେ ଦିଲ୍ଲୀରେ ସେମାନଙ୍କର ବିବାହ ସମ୍ପନ୍ନ ହୋଇଛି। ବର୍ତ୍ତମାନ ଭାଲେଣ୍ଟାଇନ୍ସ ସପ୍ତାହ ଚାଲିଥିବାବେଳେ ଏହି ଘଟଣା ବେଶ୍‌ ଚର୍ଚ୍ଚାର ବିଷୟ ପାଲଟିଛି।

Comments are closed.