Odisha Link
Bridging the Missing Links in Odisha

କରୋନା ଭାଇରସ୍ ସଂପର୍କରେ ପ୍ରଥମେ ଚେତାବନୀ ଦେଇଥିବା ଡାକ୍ତରଙ୍କ ମୃତ୍ୟୁ, ପୋଲିସ୍‌ କହିଥିଲା ଅପପ୍ରଚାର

ବେଜିଂ: କରୋନା ଭାଇରସ୍‌ ଚୀନରେ ମହାମାରୀ ଭଳି ବ୍ୟାପୁଛି। ଆଉ ଏହି ଭାଇରସ୍‌ ସମ୍ପର୍କରେ ଚୀନ ସରକାରଙ୍କୁ ପ୍ରଥମେ ସଚେତନ କରିଥିବା ଡାକ୍ତରଙ୍କ ମୃତ୍ୟୁ ଘଟିଛି। ସେହି ଡାକ୍ତର ଜଣକ ହେଉଛନ୍ତି ଲି ୱେନଲିୟାଙ୍ଗ। ସେ ଗତକାଲି ମୃତ୍ୟୁବରଣ କରିଛନ୍ତି।

ମୃତ ଡାକ୍ତର ଲି’ ୨୦୧୯ ଡିସେମ୍ବର ୩୦ରୁ ଏ ନେଇ ସତର୍କ କରାଇଥିଲେ। ସେ ଯେଉଁ ସ୍କୁଲରେ ପଢୁଥିଲେ ସେହି ସ୍କୁଲର ପୁରାତନ ଛାତ୍ରମାନଙ୍କ ଚାଟିଂ ଗ୍ରୁପରେ ସେ ଏ ନେଇ ୱେବ ଚାଟ କରିଥିଲେ। ସେ ଲେଖିଥିଲେ ଯେ,ସ୍ଥାନୀୟ ମାଛ ବଜାରର ୭ ଜଣ ରୋଗୀ ଡାକ୍ତରଖାନାକୁ ଆସିଛନ୍ତି ଏବଂ ସେମାନଙ୍କଠାରେ ସାର୍ସ ଭଳି ରୋଗର ଲକ୍ଷଣ ରହିଛି। ଲି’ କହିଥିଲେ ଯେ, ଯାଞ୍ଚ ପରେ ଜଣାପଡିଲା ଏହି ରୋଗ ହେଉଛି କରୋନା ଭୂତାଣୁ ଜନିତ। ୨୦୦୩ରେ ଏହି ଭୂତାଣୁ ଶହ ଶହ ଲୋକଙ୍କ ଜୀବନ ନେଇଥିଲା ଏବଂ ଚୀନରେ ଏହି ରୋଗ ବହୁ ପୁରୁଣା ବୋଲି ଲି’ କହିଥିଲେ। ନିଜ ବିଶ୍ବ ବିଦ୍ୟାଳୟର ସାଙ୍ଗମାନଙ୍କୁ ମଧ୍ୟ ସେ ଏ ସଂପର୍କରେ ସତର୍କ କରାଇ ଦେଇଥିଲେ।

ତେବେ ନିଜ ପରିବାର ସଦସ୍ୟଙ୍କୁ ଗୋପନୀୟ ଭାବେ ଏହି ରୋଗ ସଂପର୍କରେ ଜଣାଇଦେବା ପାଇଁ ସେ ସାଙ୍ଗମାନଙ୍କୁ ପରାମର୍ଶ ଦେଇଥିଲେ। ତେବେ ସେ କହୁଥିବା ବେଳେ ଓ ଘର ଲୋକଙ୍କୁ ମେସେଜ କରୁଥିବାବେଳେ କେହି ତାଙ୍କର ସ୍କ୍ରିନ ସଟ୍ ଉଠାଇଥିଲା ଓ ଏହା ଭାଇରାଲ ହୋଇଥିଲା ପରେ ମିଥ୍ୟା ଅପପ୍ରଚାର ଚଳାଉଥିବା ନେଇ ପ୍ରଶାସନ ତାଙ୍କୁ ନୋଟିସ ଜାରି କରିଥିଲା। ସେ ନିଜ ଘର ଲୋକଙ୍କୁ ପଠାଇଥିବା ମେସେଜକୁ ମଧ୍ୟ ଯାଞ୍ଚ କରାଯାଇଥିଲା। ପରେ ପରେ ତାଙ୍କୁ ଏ ନେଇ ପଚରାଉୁଚୁରା କରାଯାଇଥିଲା। ସେ କିପରି ଏ ବିଷୟରେ ଜାଣିଲେ ବୋଲି ତାଙ୍କୁ ଜେରା କରାଯାଇଥିଲା। ତେବେ ତାଙ୍କ ସ୍ବର ଚପାଇ ଦେବା ପାଇଁ ଉଦ୍ୟମ କରାଯାଇଥିଲା ଓ ଆକ୍ରନ୍ତ ରୋଗୀଙ୍କ ଚିକିତ୍ସା କରିବାକୁ କୁହାଯାଇଥିଲା।

Comments are closed.