Odisha Link
Bridging the Missing Links in Odisha

ରାୟଗଡାରେ ମାଓ ବିରୋଧୀ ପୋଷ୍ଟର

ମୁନିଗୁଡା: ରାୟଗଡାରେ ବିଷମକଟକ ଥାନା ଚାଟିକୋଣା ଗାଁ ଓ ମୁନିଗୁଡା ଥାନା ବୁର୍ଷିଖମ୍ବା ଗାଁର ଦୁଇଟି ସ୍ଥାନରେ ଲାଗିଛି ମାଓ ବିରୋଧୀ ପୋଷ୍ଟ। ପୋଷ୍ଟରରେ ଡଙ୍ଗରିଆ ବିକାଶ ମଞ୍ଚ ପକ୍ଷରୁ ଜାରି କରାଯାଇଛି ବୋଲି ଉଲ୍ଲେଖ ରହିଛି।
ପୋଷ୍ଟରରେ ନିୟମଗିରି ସୁରକ୍ଷା ସମିତି ନାମରେ ନିରୀହ ଡଙ୍ଗରିଆଙ୍କୁ ଠକିବା ବନ୍ଦ କରିବା , ନିୟମଗିରି ଅଞ୍ଚଳରେ ରାସ୍ତାଘାଟ ନିର୍ମାଣ ବନ୍ଦକୁ ବିରୋଧ, ରାସ୍ତାଘାଟ କାମରେ ନିୟୋଜିତ ଠିକାଦାରଙ୍କ ଠାରୁ ଅର୍ଥ ଆଦାୟ ବନ୍ଦ, ବିକାଶ ପାଇଁ ଚେଷ୍ଟିତ ଯୁବବର୍ଗ କୁ ମାଓବାଦୀ ନାମରେ ହତ୍ୟା ଧମକ ଦେବା, ରାସ୍ତାଘାଟ କାମରେ ନିୟୋଜିତ ଥିବା ଗାଡ଼କୁ ପୋଡ଼ିଦେବା କାର୍ଯ୍ୟକୁ ବନ୍ଦ ପାଇଁ ଆହ୍ୱାନ ଦେବା ସହ ନିୟମଗିରି ଭଳି ପଛୁଆ ଅଞ୍ଚଳରେ ବିକାଶ ପାଇଁ ଡଙ୍ଗରିଆ ବିକାଶ ମଞ୍ଚକୁ ସହଯୋଗ କରିବା ପାଇଁ ଚଠିରେ ଉଲ୍ଲେଖ ରହିଛି। ବିଷମ କଟକ ଥାନାର ଚାଟିକୋଣାର ମୁଖ୍ୟ ରାସ୍ତା ଓ ମୁନିଗୁଡା ଥାନା ବୁର୍ଷିଖମ୍ବାର ଯାତ୍ରୀ ବିଶ୍ରାମ ଗୃହ ସମେତ ବିଭିନ୍ନ ସ୍ଥାନରେ ଏହିଭଳି ପୋଷ୍ଟର ଲାଗିଛି।

Comments are closed.