Odisha Link
Bridging the Missing Links in Odisha

ବର୍ଷା ପାଇଁ ଜିଲ୍ଲାପାଳଙ୍କୁ ଚିଠି ଲେଖିଲେ ଏସ୍‌ଆର୍‌ସି

ଭୁବନେଶ୍ବର: ରାଜ୍ୟରେ ଲାଗି ରହିଥିବା ଅଦିନିଆ ବର୍ଷା ପାଇଁ ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି ଏସ୍‌ଆର୍‌ସି। ୩୦ରୁ ୪୦ କି.ମି ବେଗରେ ପବନ ବହିବା ସହ ଘୂର୍ଣ୍ଣିଘଡ ସମ୍ଭାବନା ଥିବାରୁ ସ୍ଥତି ଉପରେ ନଜର ରଖିବାକୁ ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶନାମା। ୧୦ ତାରିଖ ଯାଏଁ ସ୍ବଳ୍ପ ବର୍ଷା ସାଙ୍ଗକୁ ବଜ୍ରପାତର ସମ୍ଭାବନା ଥିବାରୁ ଆଲର୍ଟ ରହିବାକୁ ପରାମର୍ଶ ଦେଇଛନ୍ତି ଏସ୍‌ଆର୍‌ସି। ଆବଶ୍ୟକ ପଦକ୍ଷେପ ସହ କୁହୁଡିକୁ ନେଇ ସତର୍କ ରହିବାକୁ ନିର୍ଦ୍ଦେଶ। ଘନ କୁହୁଡି ପଡିଥିଲେ ହାଇଓ୍ବେ ସ୍ଥାନରେ ଗାଡି ଚଳାଚଳ ପ୍ରତି ଦୃଷ୍ଟି ଦେବାକୁ ନିର୍ଦ୍ଦେଶ। ପୋଲିସ ଓ ପରିବହନ ଅଧିକାରୀଙ୍କ ସହାୟତାରେ ଗାଡି ନିୟନ୍ତ୍ରଣ ନିର୍ଦ୍ଦେଶ। ବର୍ଷା ତଥା କୁହୁଡି ଜନିତ ଅଘଟଣ ଘଟିଲେ ତ୍ବରିତ ପଦକ୍ଷେପ ନେବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଏସ୍‌ଆର୍‌ସି।

Comments are closed.