Odisha Link
Bridging the Missing Links in Odisha

ଆଜି ସୁପ୍ରିମକୋର୍ଟରେ ନିର୍ଭୟା ଶୁଣାଣି, ଧାର୍ଯ୍ୟ ହୋଇପାରେ ଫାଶୀ ତାରିଖ

ନୂଆଦିଲ୍ଲୀ: ଆଜି ସୁପ୍ରିମକୋର୍ଟରେ ନିର୍ଭୟା ମାମଲାର ଶୁଣାଣି। ନିର୍ଭୟା ଦୋଷୀଙ୍କ ଡେଥ୍‌ ୱାରେଣ୍ଟ ଉପରେ ରହିତାଦେଶ ଓ ଏକକାଳୀନ ଫାଶୀ ଦେବା ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ସୁପ୍ରିମ୍‌ କୋର୍ଟରେ ହୋଇଥିବା ଆବେଦନ ଉପରେ ଶୁଣାଣି କରିବେ ସୁପ୍ରିମକୋର୍ଟ। ସୁଚନାଯୋଗ୍ୟ, ଫାଶୀ ଉପରେ ଥିବା ରହିତାଦେଶ ଉଠାଇ ତୁରନ୍ତ ଦୋଷୀଙ୍କୁ ଫାଶୀ ଦେବା ପାଇଁ ପଟିଆଲା ହାଉସ କୋର୍ଟ ଲଗାଇଥିବା ରହିତାଦେଶକୁ ନେଇ ଦିଲ୍ଲୀ ହାଇକୋର୍ଟରେ ଆବେଦନ କରିଥିଲେ ଯାହାକୁ ଦିଲ୍ଲୀ ହାଇକୋର୍ଟ ଖାରଜ କରିଦେଇଥିଲେ। କେନ୍ଦ୍ର ସରକାରଙ୍କ ଆବେଦନକୁ ଦିଲ୍ଲୀ ହାଇକୋର୍ଟ ଖାରଜ କରିଦେବା ପରେ ଏ ନେଇ ସରକାର ସୁପ୍ରିମ୍‌ କୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି।

ସୁପ୍ରିମ୍‌ କୋର୍ଟଙ୍କ ଆଜିର ରାୟ ଦୋଷୀଙ୍କ ଫାଶୀ ତାରିଖ ଧାର୍ଯ୍ୟରେ ନିର୍ଣ୍ଣାୟକ ହେବ ବୋଲି ‌ଆଶ କରାଯାଇଛି। ନିର୍ଭୟା ମାମଲାର ୪ ଦୋଷୀଙ୍କୁ ୨ ଥର ଡେଥ୍‌ ୱାରେଣ୍ଟ ଜାରି ହୋଇଥିଲେ ମଧ୍ୟ ଫାଶୀ କାର୍ଯ୍ୟକାରୀ ହୋଇପାରିନାହିଁ। ଏଥତ ପାଇଁ ଗତକାଲି ସାନି ଡେଥ ୱାରେଂଟ ଜାରି କରିବାକୁ ଟ୍ରାଏଲ କୋର୍ଟରେ ଆବେଦନ କରିଛନ୍ତି ତିହାର ଜେଲ କର୍ତ୍ତୃପକ୍ଷ।

Comments are closed.