Odisha Link
Bridging the Missing Links in Odisha

ଚାର୍ଜସିଟ୍ ଦେବାରେ ଗୋଟିଏ ଦିନ ବିଳମ୍ବ ହେବାରୁ ଏସଆଇ ସସପେଣ୍ଡ୍

ସମ୍ବଲପୁର: ସମ୍ବଲପୁର ଅଇଁଠାପାଲି ଥାନା ସବ-ଇନସ୍ପେକ୍ଟର ଯୁଗଳ କିଶୋର ସାଙ୍କୁ ନିଲମ୍ବନ କରିଛନ୍ତି ସମ୍ବଲପୁର ଏସପି। ୧୨୦ ଦିନ ଭିତରେ ଚାର୍ଜସିଟ ଦାଖଲ ନକରିବାରୁ ଅଭିଯୁକ୍ତକୁ ଜାମିନ ମିଳିଗଲା। ଯାହାକୁ ନେଇ ସମ୍ବଲପୁର ଏସପି ଅସନ୍ତୋଷ ପ୍ରକାଶ କରିବା ସହ ଏସଆଇ ଯୁଗଳଙ୍କୁ ନିଲମ୍ବିତ କରିଛନ୍ତି।

ସୂଚନାଯୋଗ୍ୟ ଯେ, ସମ୍ବଲପୁର ବଢାରଜା ଅଞ୍ଚଳରେ ଭଡାରେ ରହୁଥିବା ସୌରଭ ନାମକ ଯୁବକ ଜଣେ ଘର ମାଲିକାଣୀଙ୍କୁ ତଣ୍ଟି ଚିପି ଓ ଛୁରି ଭୂସି ହତ୍ୟା କରିଥିଲା। ଏହି ହତ୍ୟାକାଣ୍ଡ ମାମଲାର ତଦନ୍ତ ଭାର ଅଇଁଠାପାଲି ଥାନାର ଏସଆଇ ଯୁଗଳ କିଶୋର ସାଙ୍କୁ ଦିଆଯାଇଥିଲା। ଯୁଗଳ ଏହି ମାମଲାର ତଦନ୍ତ ୧୨୦ ଦିନ ଭିତରେ କରି ଚାର୍ଜସିଟ୍ ଦେବା କଥା ହେଲେ ସେ ଗୋଟିଏ ଦିନ ବିଳମ୍ବ ଅର୍ଥା ୧୨୧ ଦିନରେ ଚାର୍ଜସିଟ୍ ଦାଖଲ କରିଥିଲେ। ଏସଆଇଙ୍କ ଅବହେଳା ଯୋଗୁଁ ଅଭିଯୁକ୍ତ ସୌରଭ କୋର୍ଟରୁ ଜାମିନ ପାଇବାରେ ସକ୍ଷମ ହୋଇଥିଲେ। ଏଥିରେ ଅସନ୍ତୁଷ୍ଟ ହୋଇ ଏସଆଇଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ସମ୍ବଲପୁର ଏସପି।

Comments are closed.