Odisha Link
Bridging the Missing Links in Odisha

ନାବାଳକ ବାଇକ୍ ଚାଳକକୁ ୪୨, ୫୦୦ ଫାଇନ୍

ଭଦ୍ରକ: ନାବାଳକ ଚଳାଉଥିବାର ଗାଡ଼ିରୁ ୪୨, ୫୦୦ ଟଙ୍କାର ଫାଇନ୍ କାଟିଲା ଭଦ୍ରକ ଆରଟିଓ। ରଙ୍ଗ ରୁଟରେ ଯିବା ସହ ଗାଡ଼ିର କୌଣସି କାଗଜପତ୍ର ନଥିବାରୁ ଭଦ୍ରକର ଜଣେ ନାବାଳକ ଛାତ୍ରଙ୍କୁ ଫାଇନ୍ କାଟିଲେ ପରିବହନ କର୍ମଚାରୀ।
ପରିବହନ ବିଭାଗ ପକ୍ଷରୁ ବ୍ୟାପକ ସଚେତନତା କରାଯାଉଛି। ଏହା ସତ୍ତ୍ୱେ ଚେତୁନାହାନ୍ତି ଲୋକେ। ଛୋଟ ପିଲାମାନଙ୍କୁ ଗାଡ଼ି ଚଳାଇବାକୁ ଦେଉଛନ୍ତି। ଗତ ୬ ତାରିଖ ଦିନ ଭଦ୍ରକର ଜଣେ କଲେଜ ଛାତ୍ରଙ୍କ ଠାରୁ ଟ୍ରାଫିକ୍ ଆଇନ୍ ଉଲ୍ଲଂଘନ ନେଇ ଜୋରିମାନା ଆଦାୟ କରିଛି ଆରଟିଓ। ୧୬ ନମ୍ବର ଜାତୀୟ ରାଜପଥରେ ଭଣ୍ଡାରୀପୋଖରୀ କହରାପୋଖରୀ ଛକ ନିକଟରେ ଗୋଟିଏ ହୀରୋହୁଣ୍ଡା ଗ୍ଲାମର ଗାଡ଼ିରେ ୩ ଜଣ କଲେଜ ଛାତ୍ର ଯିବା ସହ ରଙ୍ଗ ରୁଟରେ ଗାଡ଼ି ଚଳାଉଥିଲେ । କେବଳ ଏତିକି ନୁହେଁ ଦ୍ରୁତ ଗତିରେ ଗାଡ଼ି ଚଳାଉଥିଲେ କଲେଜ ଛାତ୍ର।

ଦ୍ରୁତ ଗାଡ଼ଚାଳନା ଦେଖି ତିନି ଜଣଙ୍କୁ ଅଟକାଇ କାଗଜ ପତ୍ର ଯାଞ୍ଚ କରାଯାଇଥିଲା। କେବଳ ଏତିକି ନୁହେଁ ଗାଡ଼ିରେ ବସିଥିବା ତିନି ଜଣ ଯାକ ଛାତ୍ର ନାବାଳକ ଥିଲେ ବୋଲି ଆଧାର କାର୍ଡ଼ ଦେଖିବା ପରେ ଜଣାପଡ଼ିଥଇଲା । ଫଳରେ ଟ୍ରାଫିକ୍ ଆଇନ୍ ଉ୍ଲଲଂଘ କରିଥିବାରୁ ୪୨, ୫୦୦୦ ଟଙ୍କା ଫାଇନ୍ କାଟିଥିଲେ ଭଦ୍ରକ ଆଟିଓ।

Comments are closed.