Odisha Link
Bridging the Missing Links in Odisha

କରୋନା ଆତଙ୍କ: ୭୨୪ ମୃତ

ବେଜିଂ: ଦିନକୁ ଦିନ ଭୟଙ୍କର ରୂପ ଧାରଣ କରି ଅଣାୟତ୍ତ କଲାଣି କରୋନା ଭୂତାଣୁ। କରୋନା ଭାଇରସ୍‌ରେ ଗତକାଲି ମୃତ୍ୟୁ ସଂଖ୍ୟା ୬୩୬ ଥିବାବେଳେ ଆଜି ମୃତ୍ୟୁ ସଂଖ୍ୟା ୭୨୪ ରେ ପହଁଞ୍ଚିଛି। ପ୍ରତିଦିନ ହଜାରେରୁ ଅଧିକ ଲୋକ କରୋନା ଭୂତାଣୁରେ ଆକ୍ରାନ୍ତ ହେଉଛନ୍ତି। କରୋନା ସଂକ୍ରମଣରେ ଆକ୍ରାନ୍ତଙ୍କ ସଂଖ୍ୟା ୨୨ ହଜାର ୧୧୨ରୁ ୨୪ ହଜାର ୯୫୩କୁ ବୃଦ୍ଧି ହୋଇଛି। ଏହି ଆକ୍ରାନ୍ତଙ୍କ ମଧ୍ୟରେ ଉହାନରେ ସର୍ବାଧିକ ୧୩ ହଜାର ୬୦୩ ଜଣ ଅଛନ୍ତି।

ଭାରତ ସରକାର ଚୀନର ଉହାନ ସହରକୁ ବିମାନ ପଠାଇ ପ୍ରାୟ ୬୩୮ ଜଣ ଭାରତୀୟ ଛାତ୍ରଛାତ୍ରୀଙ୍କୁ ଫେରାଇ ଆଣିଥିଲେ ମଧ୍ୟ ଏବେ ବି ୮୦ ଭାରତୀୟ ଛାତ୍ରଛାତ୍ରୀ ଚୀନର ଉହାନରେ ଅଛନ୍ତି ବୋଲି କହିଛନ୍ତି ବୈଦେଶିକ ମନ୍ତ୍ରୀ ଏସ.ଜୟଶଙ୍କର। ଏହି ୮୦ ଜଣଙ୍କ ମଧ୍ୟରୁ ୭୦ ଜଣ ଭାରତ ଫେରିବାକୁ ରାଜି ହୋଇନଥିବା ବେଳେ ଅନ୍ୟ ୧୦ ଜଣଙ୍କଠାରେ କରୋନା ଭାଇରସ୍ ସଂକ୍ରମଣର ସଂକେତ ଦେଖାଦେଇଥିବାରୁ ସେମାନଙ୍କୁ ବିମାନରେ ଚଢିବାକୁ ଅନୁମତି ଦିଆଯାଇନଥିଲା। ବେଜିଂରେ ଥିବା ଭାରତୀୟ ଦୂତାବାସ ପକ୍ଷରୁ ସେମାନଙ୍କ ସହ ନିୟମିତ ଯୋଗାଯୋଗ ରଖାଯାଉଛି।

Comments are closed.