Odisha Link
Bridging the Missing Links in Odisha

ଗଛରେ ପିଟି ହେଲା ଆମ୍ବୁଲାନ୍ସ, ଡ୍ରାଇଭର ଗୁରୁତର

ନୀଳଗିରି: ରୋଗୀଙ୍କୁ ଛାଡି ଫେରୁଥିବା ବେଳେ ୧୦୮ ଆମ୍ବୁଲାନ୍ସ ଦୁର୍ଘଟଣାଗ୍ରସ୍ତ ହୋଇଛି। ଦୁର୍ଘଟଣା ଫଳରେ ଡ୍ରାଇଭର ସମେତ ଦୁଇ ଜଣ ଗୁରୁତର ହୋଇଛନ୍ତି। ଗୁରୁତରଙ୍କୁ ଚିକିତ୍ସା ପାଇଁ ମେଡିକାଲରେ ଭର୍ତ୍ତି କରାଯାଇଛି।
ମିଳିଥିବା ସୂଚନା ଅନୁସାରେ, ବାଲେଶ୍ଵର ଜିଲ୍ଲା ନୀଳଗିରି ଉଦଳା ରାସ୍ତା ଆମ୍ବୁଡିହା ନିକଟରେ ଆମ୍ବୁଲାନ୍ସଟି ଦୁର୍ଘଟଣାଗ୍ରସ୍ତ ହୋଇଛି। ରୋଗୀକୁ ଛାଡି ନୀଳଗିରି ଫେରୁଥିବା ବେଳେ ଭାରସାମ୍ୟ ହରାଇ ଗଛରେ ପିଟି ହୋଇଛି ୧୦୮ ଆମ୍ବୁଲାନ୍ସ। ଦୁର୍ଘଟଣା ଫଳରେ ଆମ୍ବୁଲାନ୍ସ ଡ୍ରାଇଭର ଗୁରୁତର ହୋଇଛନ୍ତି। ଆମ୍ବୁଲାନ୍ସରେ ଆସୁଥିବା ଅନ୍ୟ ଜଣେ ମଧ୍ୟ ଗୁରୁତର ହୋଇଛନ୍ତି।
ସେମାନଙ୍କୁ ସ୍ଥାନୀୟ ଲୋକ ଓ ଦମକଳ ବାହିନୀ କର୍ମଚାରୀ ଉଦ୍ଧାର କରି ନୀଳଗିରି ଡାକ୍ତରଖାନରେ ଭର୍ତ୍ତି କରିଥିଲେ। ପରେ ସ୍ୱାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ବାଲେଶ୍ଵର ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ଡ୍ରାଇଭର ଜଣଙ୍କ ମିତ୍ରପୁର ଅଂଚଳର ଖଗେନ୍ଦ୍ର ମହାଳିକ ଓ ଅନ୍ୟ ଜଣେ ମୟୁରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ଗାଁର ଯୋଗେଶ୍ୱର ମହନ୍ତ ବୋଲି ଜଣାପଡିଛି। ଡ୍ରାଇଭରଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ଜଣାପଡିଛି। ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ କରୁଛି।

Comments are closed.