Odisha Link
Bridging the Missing Links in Odisha

କେନ୍ଦ୍ରୀୟ ଟିକସରୁ ଓଡ଼ିଶାକୁ ମିଳିବ ୩୬,୩୦୦ କୋଟି

ଭୁବନେଶ୍ବର: କେନ୍ଦ୍ର ବଜେଟ୍‌ ୨୦୨୦-୨୧ ଅନୁସାରେ କେନ୍ଦ୍ରୀୟ ଟିକସରୁ ଓଡ଼ିଶାକୁ ମିଳିବ ୩୬,୩୦୦ କୋଟି ଟଙ୍କା। ପଞ୍ଚଦଶ ଅର୍ଥ କମିଶନଙ୍କ ଅନ୍ତରୀଣ ସୁପାରିସ ପାଇଁ ଓଡ଼ିଶା ଏଥର ୧୦୨ କୋଟି ଟଙ୍କା ହରାଇବ। ଚର୍ତୁଦଶ ଅର୍ଥ କମିସନଙ୍କ ସୁପାରିସ ଅନୁସାରେ ଟିକସ ବଣ୍ଟା ହୋଇଥିଲେ ଓଡ଼ିଶାକୁ ୩୬,୪୦୨ କୋଟି ଟଙ୍କା ମିଳିଥାନ୍ତା ୨୦୧୬-୧୭ରେ କେନ୍ଦ୍ରୀୟ ଟିକସରେ ଓଡ଼ିଶାର ଭାଗ ୨୮,୬୦୨ କୋଟି ଟଙ୍କା ଥିଲା। ୨୦୧୭-୧୮ରେ ତାହା ୩୧,୨୭୨ କୋଟି ଟଙ୍କା, ୨୦୧୮-୧୯ରେ ୩୧,୪୭୭ କୋଟି ଟଙ୍କା‌ ଓ ୨୦୧୯-୨୦ରେ ୩୩,୧୮୬ କୋଟି ଟଙ୍କା ଥିଲା। ଚର୍ତୁଦଶ ଅର୍ଥ କମିସନଙ୍କ ସୁପାରିସ ଅନୁସାରେ ଓଡ଼ିଶାକୁ କେନ୍ଦ୍ରୀୟ ଟିକସ ଭାଗବଣ୍ଟାରୁ ୪.୬୪୨% ଅର୍ଥରାଶି ମିଳୁଥିଲା। ମାତ୍ର ପଞ୍ଚଦଶ ଅର୍ଥ କମିସନଙ୍କ ଅନ୍ତରୀଣ ସୁପାରିସ ଯୋଗୁ ଓଡ଼ିଶାର ଭାଗ ୪.୬୨୯%କୁ ହ୍ରାସ ପାଇଛି। ସିୱାଇଏସ୍‌ଡିର ଓଡ଼ିଶା ବଜେଟ୍ ଆଣ୍ଡ୍‌ ଆକାଉଣ୍ଟାବିଲିଟି ସେଣ୍ଟର୍‌ ପକ୍ଷରୁ କେନ୍ଦ୍ର ବଜେଟ୍‌ର କରାଯାଇଥିବା ବି‌ଶ୍ଳେଷଣରୁ ଏହା ଜଣାପଡ଼ିଛି।

୨୦୨୦-୨୧ ଆର୍ଥିକ ବର୍ଷରେ ରାଜ୍ୟଗୁଡ଼ିକ ସହିତ ଟିକସ ଭାଗବଣ୍ଟା ଲାଗି ୭ ଲକ୍ଷ ୮ ହଜାର ୧୮୧ କୋଟି ଟଙ୍କା ଧାର୍ଯ୍ୟ କରାଯାଇଛି। ‌ଅନୁଦାନ ପାଇଁ ୧ ଲକ୍ଷ ୪୯ ହଜାର ୯୨୫ କୋଟି ଟଙ୍କା ରଖାଯାଇଛି। ଅର୍ଥ କମିସନଙ୍କ ସୁପାରିସ ଆଧାରରେ କେନ୍ଦ୍ର ସରକାର ଟଙ୍କାର ଭାଗବଣ୍ଟା କରିଥାନ୍ତି।

Comments are closed.