Odisha Link
Bridging the Missing Links in Odisha

ଭାରତକୁ ୨୭୪ରନ୍‌ର ଟାର୍ଗେଟ ଦେଲା ନ୍ୟୁଜିଲାଣ୍ଡ

ଅକଲାଣ୍ଡ: ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ଅକ୍‌ଲାଣ୍ଡ ସେଡେନ୍‌ ପାର୍କରେ ୨ୟ ଦିନିକିଆ ମ୍ୟାଚ୍‌ ଖେଳାଯାଉଛି। ଦ୍ବିତୀୟ ମ୍ୟାଚ୍‌ରେ ଭାରତ ଟସ୍‌ ଜିତି ଫିଲ୍ଡିଂ ନିଷ୍ପତ୍ତି ନେଇଛି। ବ୍ୟାଟିଂ କରିବାକୁ ପଡିଆକୁ ଓହ୍ଲାଇଥିଲା ନ୍ୟୁଜିଲାଣ୍ଡ ଟିମ୍। ସୀମିତ ୫୦ଓଭରରେ ନ୍ୟୁଜିଲାଣ୍ଡ ୮ ଓ୍ବିକେଟ୍‌ ହରାଇ ୨୭୩ ରନ୍‌ ସଂଗ୍ରହ କରିଛି। ଭାରତ ସମ୍ମୁଖରେ ୨୭୪ରନ୍‌ର ଟାର୍ଗେଟ ରଖିଛି ଘରୋଇ ଦଳ। ନ୍ୟୁଜିଲାଣ୍ଡ ପକ୍ଷରୁ ଓପନର ମାର୍ଟିନ ଗୁପ୍ଟିଲ ସର୍ବାଧିକ ୭୯ବଲ୍‌ରେ ୭୯ ରନ୍‌ କରିଛନ୍ତି। ୩ ଟିକିଆ ସିରିଜର ପ୍ରଥମ ମ୍ୟାଚ୍‌ ବିଜୟୀ ସହ ନ୍ୟୁଜିଲାଣ୍ଡ ୧-୦ରେ ଆଗୁଆ ରହିଛି।

ଟସ୍‌ ହାରି ବ୍ୟାଟିଂ କରିବାକୁ ପଡିଆକୁ ଓହ୍ଲାଇଥିଲେ ନ୍ୟୁଜିଲାଣ୍ଡ ଓପନର ମାର୍ଟିନ ଗୁପ୍ଟିଲ ଓ ନିକୋଲାସ। ଦଳକୁ ଭଳ ଆରମ୍ଭ ଦେଇଥିଲେ। ୧୬ଓଭରରେ ଦଳୀୟ ସ୍କୋର ୯୩ରନ ହୋଇଥିବା ବେଳେ ଦଳକୁ ପ୍ରଥମ ଝଟକା ନିକୋଲାସ୍‌ ରୂପେରେ ଲାଗିଥିଲା। ପରେ କିଛି କିଛି ରନ୍‌ ବ୍ୟବଧାନରେ ନ୍ୟୁଜିଲାଣ୍ଡର ଓ୍ବିକେଟ୍ ପତନ ହୋଇଥିଲା। ମାର୍ଟିନ ଗୁପ୍ଟିଲ ବ୍ୟକ୍ତିଗତ ୭୯ରନ୍‌ କରିଥିବା ବେଳେ ରବିନ୍ଦ୍ର ଜାଡେଜାଙ୍କ ଏକ ସୁନ୍ଦର ବଲ୍‌ ଥ୍ରୋରେ ରନ୍‌ ଆଉଟ ହୋଇ ପାଭିଲିୟନ ଫେରିଥିଲେ। ପରେ ନିୟମତି ଭାବରେ ଓ୍ବିକେଟର ପତନ ହୋଇଥିଲା। ଦଳ ପକ୍ଷରୁ ଭଳ ଆରମ୍ଭ ହୋଇଥିଲେ ମଧ୍ୟ ଏହାକୁ ବଡ ସ୍କୋରରେ ପରିବର୍ତ୍ତିନ କରିପାରିନଥିଲେ ନ୍ୟୁଜିଲାଣ୍ଡ ଟିମ୍।

Comments are closed.