Odisha Link
Bridging the Missing Links in Odisha

ନବୀନଙ୍କୁ ପ୍ରଦୀପ୍ତ ଓ ସମୀରଙ୍କ ଚିଠି

ଭୁବନେଶ୍ୱର: ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତିକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖାଯାଇଛି। ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ ଓ ବିଜେପି ସଭାପତି ସମୀର ମହାନ୍ତି ଏହି ଚିଠି ଲେଖିଛନ୍ତି। ଉକ୍ତ ଚିଠିରେ କେନ୍ଦ୍ରାପଡ଼ା ଓ କନ୍ଧମାଳରେ ୨ ଆରଟିଆଇ କର୍ମୀଙ୍କ ହତ୍ୟା ଘଟଣା ଉଲ୍ଲେଖ ରହିଛି। ଏହାଛଡ଼ା ଉଭୟ ବିଜେପି ନେତା କହିଛନ୍ତି ଯେ, ମହିଳା ବିରୋଧୀ ହିଂସାରେ ଦେଶରେ ଓଡ଼ିଶା ତୃତୀୟ ସ୍ଥାନରେ ରହିଛି। ଯୌତୁକ ଜନିତ ହତ୍ୟା ମାମଲାରେ ବି ଓଡ଼ିଶା ତୃତୀୟ ସ୍ଥାନରେ ରହିଛି। ଅପରାଧୀଙ୍କୁ ଗିରଫ ସହ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଉଭୟ ବିଜେପି ନେତା ଚିଠି ମାଧ୍ୟମରେ ଦାବି କରିଛନ୍ତି ।

Comments are closed.