Odisha Link
Bridging the Missing Links in Odisha

ପ୍ରତିରକ୍ଷା ବଜେଟ୍‌ ଭରଣା ପାଇଁ ବିକ୍ରି ହେବ ଜମି : ବିପିନ ରାୱତ

ନୂଆଦିଲ୍ଲୀ : କେନ୍ଦ୍ର ବଜେଟ୍‌ରେ ପ୍ରତିରକ୍ଷା ବିଭାଗକୁ ମୋଟ ୪.୭୦ ଲକ୍ଷ କୋଟି ଟଙ୍କା ବରାଦ କରାଯାଇଛି। ଏହି ଅର୍ଥରେ ଦେଶର ସୈନ୍ୟବାହିନୀର ଆବଶ୍ୟକତା ପୂରଣ ଅସମ୍ଭବ। ​‌ଏହି ପ୍ରତିରକ୍ଷା ବଜେଟ୍‌ ଗତ ଆର୍ଥିକ ବର୍ଷ ଅପେକ୍ଷା ୫.୮% ଅଧିକ ସତ ମାତ୍ର ଏଥିମଧ୍ୟରୁ ସୈନ୍ୟବାହିନୀର ଅବସରପ୍ରାପ୍ତ କର୍ମଚାରୀଙ୍କ ପେନସନ ବାବଦକୁ ୧.୩୩ ଲକ୍ଷ କୋଟି ଟଙ୍କା ସ୍ବତନ୍ତ୍ର ଭାବେ ବରାଦ କରାଯାଇଛି। ପେନସନ ବାବଦକୁ ଅର୍ଥ ଦେବା ପରେ ଅବଶିଷ୍ଟ ଅର୍ଥରେ ସେନାର ପ୍ରତିରକ୍ଷା ସରଞ୍ଜାମ କ୍ରୟ ବାବଦ କିସ୍ତି ଦେବା ଅସମ୍ଭବ। ଏହାକୁ ଭରଣା କରିବା ପାଇଁ ପ୍ରତିରକ୍ଷା ପ୍ରମୁଖ ଜେନେରାଲ ବିପିନ ରାୱତ ଏକ ନୂଆ ଯୋଜନା ଆପଣାଇବାକୁ ଯାଉଛନ୍ତି।

ନୂଆ ଯୋଜନା ମୁତାବକ, ପ୍ରତିରକ୍ଷା ବିଭାଗ ଅଧୀନରେ ରହିଥିବା ଜମିକୁ ବିକ୍ରି କରାଯିବ। ପ୍ରତିରକ୍ଷା ବିଭାଗ ଅଧୀନରେ ବର୍ତ୍ତମାନ ୧୭.୫୪ ଲକ୍ଷ ଏକର ଜମି ରହିଛି। ବିଶେଷକରି ସ୍ଥଳସେନା ଓ ବାୟୁସେନାର ଯବାନଙ୍କୁ ପ୍ରଶିକ୍ଷଣ ଦେବା, ଫାଇରିଂ ରେଞ୍ଜ ଓ ଅନ୍ୟାନ୍ୟ କାର୍ଯ୍ୟ ପାଇଁ ଏହିସବୁ ଜମି ଅଧିଗ୍ରହଣ କରାଯାଇଛି। ଏହିସବୁ ଜମି ମଧ୍ୟରୁ ୧୫ଲକ୍ଷ ଏକର ଜମି ପ୍ରତିରକ୍ଷା ବିଭାଗ ଦ୍ବାରା ଚିହ୍ନଟ ୬୫ଟି କ୍ୟାଣ୍ଟନମେଣ୍ଟ ଅଞ୍ଚଳ ବାହାରେ ରହିଛି। ପ୍ରତିରକ୍ଷା ବିଭାଗ ଅଧୀନରେ ଥିବା ଏହି ଜମିରୁ କିଛି ଅଂଶ ରିୟଲ ଇଷ୍ଟେଟ କମ୍ପାନୀ କିମ୍ବା କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ବିକ୍ରି କରି ଆର୍ଥିକ ଭରଣା କିରିହେବ। ଭାରତମାଳା ପ୍ରକଳ୍ପ ଲାଗି କେନ୍ଦ୍ର ସରକାର ଜମି ଅଧିଗ୍ରହଣ କରିବାକୁ ଚାହୁଁଥିବାବେଳେ ପ୍ରତିରକ୍ଷା ବିଭାଗ ଏହାର ଜମି ବିକ୍ରି କରିବ। ଏନେଇ ଏକ ସାକ୍ଷାତକାରରେ ଗଣମାଧ୍ୟମକୁ ସୂଚନା ହେଇ ଜେନେରାଲ ରାୱତ କହିଛନ୍ତି ଯେ, ଜରୁରୀ ସମୟରେ ଆବଶ୍ୟକତା ମେଣ୍ଟାଇବା ପାଇଁ ଏପରି ପଦକ୍ଷେପ ଜରୁରୀ।

Comments are closed.