Odisha Link
Bridging the Missing Links in Odisha

ବସ ଟ୍ରାଜେଡି : ୧୦ ମୃତ୍ୟୁରେ ଚେତା ପଶିଲା

ଭୁବନେଶ୍ୱର: ବ୍ରହ୍ମପୁରରେ ୧୧ କେଭି ତାର ଲାଗି ୧୦ ଯାତ୍ରୀଙ୍କ ମୃତ୍ୟୁ ପରେ ଶିକ୍ତି ବିଭାଗର ଚେତା ପଶିଛି। ଏଣିକି ଓହଳି ଥିବା ୧୧କେଭି ତାରକୁ ଉଚ୍ଚ କରାଯିବ ବୋଲି ଶକ୍ତି ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ସୂଚନା ଦେଇଛନ୍ତି।
ସେ କହିଛନ୍ତି ଯେ, ୧୧କେଭି ତାର ରାସ୍ତା ଉପରୁ ୨୦ ଫୁଟ ଉଚ୍ଚରେ ରହିବା କଥା। ୨୦ଫୁଟରୁ ତଳେ ଥିବା ତାରକୁ ବିଭାଗୀୟ ଜେଇ ଚିହ୍ନଟ କରିବେ। ଓହଳି ଥିବା ତାରକୁ ବିଭାଗୀୟ ଜେଇ ଚିହ୍ନଟ କରି ସର୍କଲ ଅଧୀକ୍ଷଣ ଯନ୍ତ୍ରୀଙ୍କୁ ଜଣାଇବେ। ଅଧୀକ୍ଷଣ ଯନ୍ତ୍ରୀଙ୍କୁ ଜଣାଇବା ପରେ ସେନେଇ ବ୍ୟବସ୍ଥା କରାଯିବ। ବିଦ୍ୟୁତ ନିରାପତ୍ତା ନେଇ କର୍ମଶାଳା ବି କରାଯିବ ବୋଲି ଶକ୍ତି ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ସୂଚନା ଦେଇଛନ୍ତି।
ସୂଚନାଯୋଗ୍ୟ ଯେ ବ୍ରହ୍ମପୁରରେ ୧୧ କେଭି ବିଦ୍ୟୁତ ତାର ଲାଗି ବସ ଯାତ୍ରୀ ମୃତାହାତ ଘଟଣାର କାରଣ ଖୋଜା ଆରମ୍ଭ ହୋଇଛି। ଏନେଇ ଆଜି ଲୋକସଭା ଭବନରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା। ଶକ୍ତିମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ବହୁ ବରିଷ୍ଠ ଅଧିକାରୀ ସାମିଲ ହୋଇଥିଲେ। ଶକ୍ତି, ଗ୍ରାମ୍ୟ ଉନ୍ନୟନ ଓ ପରିବହନ ବିଭାଗ ସଚିବ ପ୍ରମୁଖ ବୈଠକରେ ଉପସ୍ଥିତ ଥଲେ। ପରିବହନ କମିଶନର, ଓପିଟିସିଏଲ ସିଏମଡି ମଧ୍ୟ ବୈଠକରେ ସାମିଲ ହୋଇଥିଲେ। କେଉଁ ପରିସ୍ଥିତିରେ ଏବଂ କାହିଁକି ଦୁର୍ଘଟଣା ଘଟିଲା ସେନେଇ ବୈଠକରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇଥିଲା ।

Comments are closed.