Odisha Link
Bridging the Missing Links in Odisha

ନକ୍ସଲ-ସୁରକ୍ଷାକର୍ମୀ ମୁହାଁମୁହିଁ, ଜଣେ ନକ୍ସଲ ନିହତ ୨ ଯବାନ ସହିଦ

ବିଜାପୁର: ଛତିଶଗଡ ବିଜାପୁର ଜଙ୍ଗଲରେ ସିଆର୍‌ପିଏଫ୍ ଯବାନଙ୍କ କୁମ୍ବିଂ ଅପରେସନ ବେଳେ ସୁରକ୍ଷାକର୍ମୀ-ନକ୍ସଲ ମଧ୍ୟରେ ଗୁଳିବିନିମୟ। ଗୁଳିବିନିମୟରେ ଜଣେ ନକ୍ସଲ ନିହତ ହୋଇଥିବା ବେଳେ ୨ଜଣ ଯବାନ ସହିଦ ହୋଇଛନ୍ତି। ସୂଚନାଯୋଗ୍ୟ ଯେ, ସିଆର୍‌ପିଏଫ୍‌ର ୨୦୪ବାଟିଲିୟନର ଯବାନମାନେ ବିଜାପୁର ଜିଲ୍ଲା ଇରାପଲ୍ଲୀ ଗାଁରେ କୁମ୍ବଂ ଅପରେସନ କରୁଥିଲେ। ଜଙ୍ଗଲ ମଧ୍ୟରେ ଥିବା ଏକ ଗାଁରେ କିଛି ନକ୍ସଲ ଲୁଚି ରହିଥିବା ଆଶଙ୍କା କରିଥିଲା ସିଆରପିଏଫ୍। କୁମ୍ବିଂ ଅପରେସନ ସମୟରେ ନକ୍ସଲମାନେ ଗୁଳିମାଡ ଆରମ୍ଭ କରିଥିଲେ ଯବାନମାନେ ମଧ୍ୟ ପାଲଟା ଆକ୍ରମଣ କରିଥିଲେ। କିଛି ସମୟ ଧରି ଉଭୟ ପଟୁ ଗୁଳିମାଡ ଜାରି ରହିଥିଲା। ଏଥିରେ ସିଆର୍‌ପିଏଫ୍‌ର ୨ଜଣ ଯବାନ ପ୍ରାଣ ହରାଇଥିବା ବେଳେ ଯବାନମାନଙ୍କ ଗୁଳିରେ ଜଣେ ନକ୍ସଲ ନିହତ ହୋଇଛି।

Comments are closed.