Odisha Link
Bridging the Missing Links in Odisha

ପୁଅ-ଝିଅଙ୍କୁ ହତ୍ୟା କରି ଟ୍ରେନ ଆଗକୁ ଡେଇଁଲେ ବାପା

ନୂଆଦିଲ୍ଲୀ: ପୁଅ-ଝିଅଙ୍କୁ ହତ୍ୟା କରି ନିଜେ ଟ୍ରେନ ଆଗକୁ ଡେଇଁ ଆତ୍ମହତ୍ୟା କଲେ ବାପା। ଏଭଳି ଏକ ଘଟଣା ଘଟିଛି ନୂଆଦିଲ୍ଲୀ ଶାଲୀମାର ବାଗ୍‌ ଅଞ୍ଚଳରେ। ସୂଚନାଯୋଗ୍ୟ, ୪୪ବର୍ଷୀୟ ମଧୁର ମଲାନୀ ନାମକ ଯୁବକ ତାଙ୍କର ଦୁଇ ପୁଅ-ଝିଅଙ୍କୁ ଗୁଳି କରି ହତ୍ୟା କରିବା ପରେ ନିଜେ ଟ୍ରେନ ଆଗକୁ ଡେଇଁ ଆତ୍ମହତ୍ୟା କରିଛନ୍ତି। ଗତକାଲି ମଧୁରଙ୍କ ଘର ଭିତରୁ ଗୁଳିର ଶବ୍ଧ ଶୁଭିଥିଲା ସ୍ଥାନୀୟଲୋକ ଏନେଇ ପୋଲିସକୁ ଖବର ଦେଇଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି, ଘର ଭିତରୁ ୧୪ ବର୍ଷର ଝିଅ ଓ ୬ ବର୍ଷର ପୁଅର ମୃତଦେହ ଉଦ୍ଧାର କରିଛି। ଏହା ପରେ ଯୁବକ ଜଣକ ଟ୍ରେନ ଆଗକୁ ଡେଇଁ ଆତ୍ମହତ୍ୟା କରିଛନ୍ତି।

ପୋଲିସର ପ୍ରାଥମିକ ତଦନ୍ତ ଅନୁସାରେ ମଧୁର ପ୍ରଥମେ ପୁଅ-ଝିଅଙ୍କୁ ମାରି ନିଜେ ଟ୍ରେନ୍ ଆଗକୁ ଡେଇଁ ଆତ୍ମହତ୍ୟା କରିଛି। ପୋଲିସ ଅନୁସାରେ ଘଟଣା ସମୟରେ ସ୍ତ୍ରୀ ଘରେ ନ ଥିଲେ। ମଧୁରଙ୍କ ଏକ ଫ୍ୟାକ୍ଟ୍ର ଥିଲା ଯାହା ୬ମାସ ତଳେ ବନ୍ଦ ହୋଇଯାଇଥିଲା। ଏହାକୁ ନେଇ ସେ ଗତ କିଛି ଦିନ ହେଲା ମାନସିକ ଚାପରେ ରହିଥିଲେ। ମୃତକଙ୍କ ପାଖରୁ କୌଣସି ଆତ୍ମହତ୍ୟା ଜନିତ ନୋଟ ଉଦ୍ଧାର ହୋଇ ନାହିଁ।

Comments are closed.