Odisha Link
Bridging the Missing Links in Odisha

ଦିଲ୍ଲୀ ବିଜେପି କାର୍ଯ୍ୟାଳୟରେ ପରାଜୟ ପୋଷ୍ଟର

ନୂଆଦିଲ୍ଲୀ: ଆଜି ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଭୋଟ ଗଣିତି ଚାଲିଛି। ବର୍ତ୍ତମାନର ଟ୍ରେଣ୍ଡ୍‌ ଅନୁସାରେ ବିଜେପି ଠାରୁ ବହୁ ଆଗରେ ରହି ଆମ ଆଦମୀ ପାର୍ଟି । ୭୦ଟି ଆସନରୁ ଆପ୍ ବର୍ତ୍ତମାନ ସୁଦ୍ଧା ୫୬ଟି ଆସନରେ ଆଗୁଆ ଥିବା ବେଳେ ବିଜେପି ୧୪ଟି ଆସନରେ ଚାଲିଛି। ଏଥିରୁ ଅନୁମାନ କରାଯାଉଛି ଯେ, ତୃତୀୟ ଥର ପାଇଁ ଆମ୍‌ ଆଦମୀ ପାର୍ଟି ଦିଲ୍ଲୀରେ ସରକାର ଗଢିବ।

ଏହି ସମୟରେ ଦିଲ୍ଲୀ ସ୍ଥିିତ ଭାରତୀୟ ଜନତା ପାର୍ଟି କାର୍ଯ୍ୟାଳୟର କାନ୍ଥରେ ଲାଗିଥିବା ଏକ ପୋଷ୍ଟର ଚର୍ଚ୍ଚାର ବିଷୟ ପାଲଟିଛି। ଭୋଟ ଗଣତି ଶେଷ ହେବା ପୂର୍ବରୁ ଏହି ପୋଷ୍ଟରୁ ଅନୁମାନ କରାଯାଉଛି ଯେ ବିଜେପି ତାର ପରାଜୟ ସ୍ୱୀକାର କରିନେଇଛି। ସୂଚନା ଅନୁସାରେ, ବିଜେପିର ଦିଲ୍ଲୀ ଅଫିସରେ ଲାଗିଛି ଏକ ପୋଷ୍ଟର। ଯେଉଁଥିରେ ରହିଛି କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହାଙ୍କ ଫଟୋ ଏବଂ ଫଟୋ ତଳେ ଲେଖା ଯାଇଛି – ବିଜୟରେ ଆମେ ଅହଂକାରୀ ହେଉଁନା ଏବଂ ପରାଜୟରେ ଆମେ ନିରାଶ ହେଉଁନା। ତେବେ ଉକ୍ତ ପୋଷ୍ଟରଟିକୁ ବିଜେପିର ଦିଲ୍ଲୀ ୟୁନିଟ୍ ତରଫରୁ ହିଁ ଲଗାଯାଇଥିବା ଜଣାପଡିଛି।

Comments are closed.