ଛାତ୍ର ଜୀବନରୁ ବନ୍ଧୁକ ରଖିଛି: ନବ

ଭୁବନେଶ୍ବର: ସଂପତ୍ତି ଏବଂ ବନ୍ଧୁକ ପ୍ରସଙ୍ଗରେ ମନ୍ତ୍ରୀ ନବ ଦାସଙ୍କ ପ୍ରତିକ୍ରିୟା ପ୍ରକାଶ ପାଇଛି। ଶ୍ରୀ ଦାସ ତାଙ୍କ କହିଛନ୍ତି ଯେ, ମୁଁ ଛାତ୍ର ଜୀବନରୁ ବନ୍ଧୁକ ରଖିଥିଲି। ସୁରକ୍ଷା ପାଇଁ ନୁହେଁ ବରଂ ସୌଖୀନ ପାଇଁ ବନ୍ଧୁକ ରଖିଥିଲେ। ଆଇନର ବ୍ୟବସ୍ଥା ଭିତରେ ବନ୍ଧୁକ ରଖିଛି। ଏହା ଦୋଷ ନୁହେଁ। ସଂପତ୍ତି ବଢ଼ିଲା ଏକ ସ୍ବାଭାବିକ ପ୍ରକ୍ରିୟା। ମୁଁ ରାଜନୀତି ସହ ବ୍ୟବସାୟ ବି କରୁଛି। ସଂପତ୍ତି ତାଲିକାରେ ୨ଟି ରିଭଲଭର ଓ ୧ଟି ରାଇଫଲ ରହିଛି।