Odisha Link
Bridging the Missing Links in Odisha

ରାଉରକେଲାରେ ପ୍ରତିଷ୍ଠା ହେବ ଟୁଲ ରୁମ ଟ୍ରେନିଂ ସେଣ୍ଟର

ଭୁବନେଶ୍ୱର: ରାଉରକେଲାରେ ଟୁଲ ରୁମ ଟ୍ରେନିଂ ସେଣ୍ଟର ପ୍ରତିଷ୍ଠା ହେବ। ଏନେଇ ମୋଟ ୨୦୦ କୋଟି ଟଙ୍କା ଖର୍ଚ୍ଚ ହେବ। ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିବା ପରେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ଏହି ସୂଚନା ଦେଇଛନ୍ତି। ଉକ୍ତ ଟୁଲ ରୁମ ଟ୍ରେନିଂ ସେଣ୍ଟର ପାଇଁ କେନ୍ଦ୍ର ସରକାର ଅନୁଦାନ ଯୋଗାଇ ଦେବାକୁ ଥିବାବେଳେ ରାଜ୍ୟ ସରକାର ଜମି ଯୋଗାଇ ଦେବେ।
ସେପଟେ ବ୍ରହ୍ମପୁର, କେନ୍ଦୁର, କଳାହାଣ୍ଡି ଓ ବାଲେଶ୍ୱରରେ ଟୁଲ ରୁମ ଟ୍ରେନିଂ ସେଣ୍ଟରର ଏକ୍ସଟେନସନ ସେଣ୍ଟର ପ୍ରତିଷ୍ଠା ହେବ। ପ୍ରତ୍ୟେକ ଏକ୍ସଟେନସନ ସେଣ୍ଟର ପାଇଁ ୨୦ କୋଟି ଖର୍ଚ୍ଚ ହେବ।
ସେହିପରି ସାରା ଦେଶରେ ୨୨୬ଟି ଏମଏସଏମଇ କ୍ଲଷ୍ଟର ହେବ। ଉପକୂଳ ଜିଲ୍ଲାରେ ଅବ୍ୟବହୃତ ୬୭୦୦ ଏକର ଜମିରେ ମାଛ ଚାଷ ହେବ ବୋଲି କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ସୂଚନା ଦେଇଛନ୍ତି।

Comments are closed.