Odisha Link
Bridging the Missing Links in Odisha

ପାଠ ପାଇଁ ପିଠିରେ ଗଧ ଲେଖି ଘରୁ ତଡିଦେଲେ ବାପା

କେନ୍ଦୁଝର: ପାଠ ପାଇଁ ଅକଥନୀୟ ଅତ୍ୟାଚାର। ୮ ବର୍ଷର ଶିଶୁକୁ ଅମାନୁଷିକଭାବେ ବାଡେଇ, ପିଠିରେ ଗଧ ଲେଖି ଉଲଗ୍ନ କରି ଘରୁ ବାହାର କରିଦେଇଛନ୍ତି ବାପା। ଏଭଳି ଅଭାବନୀୟ ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ଅଞ୍ଚଳରେ।

ସୂଚନାଯୋଗ୍ୟ ଯେ, ସ୍ବାମୀ ଅଶ୍ବିନୀ ବିହାରରେ ୟୁନିଅନ ବ୍ୟାଙ୍କ୍ ଅଫ୍ ଇଣ୍ଡିଆରେ ଚାକିରି କରନ୍ତି। ସେ ଛୁଟିରେ ଘରକୁ ଆସିଥିଲେ। ପୁଅ ସୌମ୍ୟ ତେଲକୋଇର ଥିବା ଏକ ଘରୋଇ ଇଂରାଜୀ ସ୍କୁଲରେ ଷ୍ଟଣ୍ଡାର୍ଡ ୧ରେ ପଢେ। ସୌମ୍ୟ ସ୍କୁଲରେ ଏକ ଇଂରାଜୀ ଶବ୍ଦର ସ୍ପେଲିଂ ଭୁଲ୍ କରି ଦେଇଥିବାରୁ ବାପା ଅଶ୍ବିନୀ ପୁଅକୁ ନିର୍ଦ୍ଧୁମ ପିଟି ଥିଲେ। ଏତିକିରେ ମନ ବୁଝିନଥିଲା ଯେ ପୁଅର ପିଠି ସାରା ଗଧ ଲେଖି ଉଲଗ୍ନ କରି ଘରୁ ବାହାର କରିଦେଇଥିଲେ। ପୁଅ ଅତ୍ୟାଚାରରେ ଭୟଭୀତ ହୋଇ କାନ୍ଦି କାନ୍ଦି ଘର ଠାରୁ ପ୍ରାୟ ୧ କି.ମି. ଆସି ବଜାରରେ ପହଞ୍ଚିଥିଲା। ସ୍ଥାନୀୟ ପୋଲିସ ଏନେଇ ଖବର ପାଇ ଶିଶୁକୁ ଉଦ୍ଧାର କରିଥିଲା ଏବଂ ଶିଶୁ ସୁରକ୍ଷା ଆଇନ ଅନୁଯାୟୀ ପୋଲିସ ନିଜ ଆଡୁ ଏକ ମାମଲା ରୁଜୁ କରି ଶିଶୁର ବାପାଙ୍କୁ ଗିରଫ କରିଛି।

ଏନେଇ ଅଶ୍ବିନୀଙ୍କୁ ପଚାରିବାରୁ, ପୁଅ ମିଛ କହିବା ସହ ପାଠ ଭୁଲ୍ କରିବାରୁ ତାକୁ ତାଗିଦ କରିଥିଲି। କିଛି ଲୋକ ଅଯଥା ଝାମେଲା ସୃଷ୍ଟି କରୁଛନ୍ତି ବୋଲି କହିଛନ୍ତି। ମା ଦୀପ୍ତିମୟୀଙ୍କୁ ପଚାରିବାରୁ, ଆମ ପରିବାର କଥା ଆମେ ବୁଝିବୁ। ଏଥିରେ କେହି ମୁଣ୍ଡ ପୁରାନ୍ତୁ ନାହିଁ ବୋଲି କହିଥିଲେ। ପିଲାଟିକୁ ମା’ ଦୀପ୍ତୀମୟୀଙ୍କୁ ହସ୍ତାନ୍ତର କରାଯାଇଛି।

Comments are closed.