ଆହାତ ମାଓବାଦୀର ଆତ୍ମସମର୍ପଣ

ମାଲକାନଗିରି: ସ୍ବାଭିମାନ ଅଞ୍ଚଳରେ ଜଣେ ମାଓବାଦୀକୁ ହତ୍ୟା ଓ ଆଉ ଜଣଙ୍କୁ ଆହତ ଘଟଣାରେ ନୂଆ ମୋଡ଼ ନେଇଛି। ପୋଲିସ ପାଖରେ ଆତ୍ମସମର୍ପଣ କରିଛନ୍ତି ଧରାପଡ଼ିଥିବା ମାଓବାଦୀ ଜିପ୍ର ଜହିକା। ଏସିଏମ କ୍ୟାଡର ଥିବା ମାଓବାଦୀ ମାଲକାନଗିରି ଏସପିଙ୍କ ପାଖରେ ଆତ୍ମସମର୍ପଣ କରିଛି। ଗାଁ ଲୋକଙ୍କ ଦ୍ବାରା ମାଡ଼ ଖାଇ ଗତ ୨୫ରୁ ପୋଲିସ ହେପାଜତରେ ଥିଲା। ସ୍ବାଭିମାନ ଅଞ୍ଚଳ ଜନ୍ତୁରାଇ ଲୋକେ ଜିପ୍ରଙ୍କୁ ପିଟି ପୋଲିସର ଜିମା ଦେଇଥିଲେ। ଜନ୍ତୁରାଇ ଲୋକଙ୍କ ଆକ୍ରମଣରେ ଜଣେ ମାଓବାଦୀର ମଧ୍ୟ ମୃତ୍ୟୁ ଘଟିଥିଲା। ଜିପ୍ରଙ୍କୁ ଧରାଇ ଦେବ ପାଇଁ ୪ ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା ହୋଇଥିଲା।