Odisha Link
Bridging the Missing Links in Odisha

ସାଇକେଲରେ ବଜାର ବୁଲିଲେ ଜିଲ୍ଲାପାଳ

ବ୍ରହ୍ମପୁର: ସାଇକେଲରେ ବଜାର ବୁଲିଛନ୍ତି ଗଞ୍ଜାମ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ। ସାଇକେଲରେ ଛତ୍ରପୁର ବୁଲି ସେଠାକାର ସ୍ଥିତି ପରଖିବା ସହ ଲୋକଙ୍କ ଭଲମନ୍ଦ ବୁଝିଛନ୍ତି ଜିଲ୍ଲାପାଳ। ଜିଲାପାଳ ବଜାର ବୁଲିବା ସହ ପଲିଥିନ ବ୍ୟବହାର କରୁଥିବା ଓ ରାସ୍ତା ଉପରେ ଆବର୍ଜନା ପକାଉଥିବା ବ୍ୟକ୍ତିଙ୍କୁ ତାଗିଦ କରି ୫ ଦୋକାନୀଙ୍କୁ ୫ ହଜାର ଟଙ୍କା ଲେଖାଏଁ ଜରିମାନା ପକାଇଥିଲେ। ଜିଲ୍ଲାପାଳଙ୍କ ଅଚାନକ ଗସ୍ତକୁ ନେଇ ନିୟମ ଖିଲାପକାରୀଙ୍କ ମନରେ ଏବେ ଭୟ ସୃଷ୍ଟି ହୋଇଛି। ଜିଲ୍ଲାପାଳ ପରିବା ମାର୍କେଟ, ବସଷ୍ଟାଣ୍ଡ ବୁଲି ଲୋକଙ୍କ ସହ ଆଲୋଚନା କରିଥିଲେ। ଏଥିସହ ଦୋକାନୀମାନଙ୍କୁ ଡ୍ରେନରେ ଆବର୍ଜନା ନ ପକାଇ ଡଷ୍ଟବିନ ବ୍ୟବହାର କରିବାକୁ ତାଗିଦ କରିଥିଲେ।

Comments are closed.