Odisha Link
Bridging the Missing Links in Odisha

ସୁରଙ୍କ ସମୂହ ଆତ୍ମାହୁତି ଧମକ

ଭୁବନେଶ୍ୱର: ଜଟଣୀ ବିଧାୟକ ସୁର ରାଉତରାୟ ସମୂହ ଆତ୍ମାହୁତି ଚେତାବନୀ ଦେଇଛନ୍ତି। ଜଟଣୀରେ ସ୍ଥିତିବାନ ଜମି ଜଗନ୍ନାଥଙ୍କ ଜମିରେ ପରିଣତ ଅଭିଯୋଗ ପ୍ରସଙ୍ଗରେ ଶ୍ରୀ ରାଉତରାୟ ଏଭଳି ଚେତାବନୀ ଦେଇଛନ୍ତି ।

ସେ କହିଛନ୍ତି ଯେ, ଏନେଇ ବାରମ୍ବାର ଦାବି ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ଆଲୋଚନା ସତ୍ତ୍ୱେ ସମାଧାନ ହେଉନାହିଁ। ଗତକାଲି ଏନେଇ ରାଜ୍ୟପାଳଙ୍କୁ ଦାବି ପତ୍ର ଦେଇଛୁ। ତେବେ ଆସନ୍ତା ୬ ମାସରେ ଦାବି ପୂରଣ ନହେଲେ ରାଜଭବନ ସମ୍ମୁଖରେ ସମୂହ ଆତ୍ମାହୁତି ଦିଆଯିବ ବୋଲି ଜଟଣୀ ବିଧାୟକ ସୁର ରାଉତରାୟ ଚେତାବନୀ ଦେଇଛନ୍ତି ।

Comments are closed.