Odisha Link
Bridging the Missing Links in Odisha

ଜ୍ବରକୁ କରୋନା ଭାବି ଆତ୍ମହତ୍ୟା କଲେ ବ୍ୟକ୍ତି

ହାଇଦ୍ରାବାଦ୍‌: କରୋନା ଭାଇରସ ସାରା ବିଶ୍ୱରେ ନିଜ କାୟା ବିସ୍ତାର କରିବା ସହ ଅଣାୟତ୍ତ କଲାଣି। ଏବେ ସାମାନ୍ୟ ଥଣ୍ଡା ହେଲେ ଲୋକେ ଡରି ଯାଉଛନ୍ତି। ଗତକାଲି ଆନ୍ଧ୍ର ପ୍ରଦେଶର ଜଣେ ବ୍ୟକ୍ତି ଜ୍ବରକୁ କରୋନା ଭାବି ଭୟରେ ଆତ୍ମହତ୍ୟା କରିଛନ୍ତି। ମୃତ ବ୍ୟକ୍ତି ଜଣଙ୍କ ନାମ କୃଷ୍ଣାହଦ। କୃଷ୍ଣାଙ୍କୁ ଭାଇରାଲ ଜର ହୋଇଥିଲା। ଏହି ସମୟରେ ସେ ଇଣ୍ଟରନେଟ୍‌ରେ କରୋନା ଭାଇରସ୍‌ ସମ୍ପନ୍ଧିତ ଭିଡିଓ ଦେଖିଥିଲେ। ଭିଡିଓ ଦେଖିବା ପରେ ତାଙ୍କୁ ଅନୁଭବ ହେଲା କି ସେ କରୋନା ଆକ୍ରାନ୍ତ ହୋଇଛନ୍ତି। ପରେ ପରିବାର ସଦସ୍ୟଙ୍କୁ ଏକ ଘରେ ବନ୍ଦ କରି ସେ ମା’ଙ୍କ କବର ସ୍ଥାନକୁ ଯାଇଥିଲେ। ତାଙ୍କ ପତ୍ନୀ ଓ ସନ୍ତାନଙ୍କୁ ସଂକ୍ରମଣରୁ ବଞ୍ଚାଇବା ପାଇଁ ଏପରି ପଦକ୍ଷେପ ନେଇଛନ୍ତି ବୋଲି କୁହାଯାଉଛି।

ପତ୍ନୀ ଲକ୍ଷ୍ମୀଙ୍କୁ ଏନେଇ ସନ୍ଦେହ ହେବାରୁ ସେ ପାଟି କରିଥିଲେ ପଡୋଶୀ ଲୋକେ ବାଟି ଶୁଣି କବାଟ ଖୋଲିଥିଲେ। ପରେ ଲକ୍ଷ୍ମୀ ଦେବୀ ମା’ ଙ୍କ କବର ସ୍ଥାନକୁ ଯାଇଥିଲେ, କୃଷ୍ଣା ସେଠାରେ ଥିବା ଏକ ଗଛରେ ଫାଶି ଲଗାଇ ସାରିଥିଲେ। ପରେ ଶବକୁ ବ୍ୟବଚ୍ଛେଦ ପାଇଁ ନିଆଯାଇଥିଲା। ଆଶ୍ଚର୍ଯ୍ୟର କଥା ଶବର ପରୀକ୍ଷା ପରେ କୃଷ୍ଣାଙ୍କ ଶରୀରରେ କରୋନାର କୌଣସି ଲକ୍ଷଣ ଦେଖିବାକୁ ମିଳି ନ ଥିଲା। ସେ ସାମାନ୍ୟ ଭାଇରାଲ ଫିଭରରେ ପୀଡିତ ଥିଲେ।

Comments are closed.