ବଢିଲା ଗ୍ୟାସ୍ ଦର

ନୂଆଦିଲ୍ଲୀ: ବଢିଲା ଗ୍ୟାସ୍ ଦର। ଇନ୍ଧନ ଗ୍ୟାସ୍ ସିଲିଣ୍ଡର ପିଛା ଦର ୧୪୭ ଟଙ୍କା ବଢିଲା। ଅଣ ସବସିଡି ଗ୍ୟାସ୍ ସିଲିଣ୍ଡର ପିଛା ଦର ୧୪୭ ଟଙ୍କା ବୃଦ୍ଧି ଘଟିଛି। ଗତ କିଛି ମାସ ମଧ୍ୟରେ ଗ୍ୟାସ ଦର ୬ ଥର ବୃଦ୍ଧି ହେଲାଣି। ପୂର୍ବରୁ ଜାନୁଆରୀ ପହିଲାରେ ଗ୍ୟାସ ଦର ୧୯ ଟଙ୍କା ବଢିଥିଲା।
ଇଣ୍ଡିଆ ଅଏଲ ଓ୍ବେବସାଇଟ୍ ମୁତାବକ ଦିଲ୍ଲୀରେ ୧୪.୨ କିଲୋ ଗ୍ୟାସ ସିଲିଣ୍ଡର ପିଛା ୧୪୪.୫୦ ଟଙ୍କା ବୃଦ୍ଧି ହୋଇଛି। ଏହାର ଦାମ ବୃଦ୍ଧି ହୋଇ ୮୫୮.୫୦ ଟଙ୍କାରେ ପହଞ୍ଚିଛି। ସେହିପରି କୋଲକାତାରେ ୧୪.୨ କିଲୋ ଗ୍ୟାସ ସିଲିଣ୍ଡର ପିଛା ୧୪୭ ଟଙ୍କା ବୃଦ୍ଧି ହୋଇ ୮୯୬ ଟଙ୍କାରେ ପହଞ୍ଚିଛି। ମୁମ୍ବାଇରେ ମଧ୍ୟ ଗ୍ୟାସ ସିଲିଣ୍ଡର ଦର ବୃଦ୍ଧି ହୋଇଛି। ମୁମ୍ବାଇରେ ୧୪୫ ଟଙ୍କା ବୃଦ୍ଧି ହୋଇ ୮୨୯.୫୦ ଟଙ୍କାରେ ପହଞ୍ଚିଛି। ଚେନ୍ନାଇରେ ୧୪୭ ଟଙ୍କା ବୃଦ୍ଧି ହୋଇ ୮୮୧ ଟଙ୍କାରେ ପହଞ୍ଚିଛି। ଗ୍ୟାସ ସିଲିଣ୍ଡର ବୃଦ୍ଧି ଯୋଗୁଁ ସାଧାରଣ ଲୋକ ଅସୁବିଧାରେ ସମ୍ମୁଖୀନ ହେବେ ବୋଲି ଖାଉଟି ମତ ପ୍ରକାଶ କରିଛନ୍ତି।