Odisha Link
Bridging the Missing Links in Odisha

ନିଜକୁ ଜାଲିଲେ ବିଜେଡି ନେତ୍ରୀ

ବ୍ରହ୍ମପୁର: ନିଜ ଦେହରେ ନିଆଁ ଲଗାଇ ଦେଇଛନ୍ତି ବିଜେଡି ନେତ୍ରୀ। ସମ୍ପୃକ୍ତ ବିଜେଡି ନେତ୍ରୀ ଜଣକ ହେଉଛନ୍ତି ମିନାକ୍ଷୀ ମିଶ୍ର। ବ୍ରହ୍ମପୁର ଏସପି ଅଫିସ ସମ୍ମୁଖରେ ଶ୍ରୀମତୀ ମିଶ୍ର ଏଭଳି କାଣ୍ଡ ଭିଆଇଛନ୍ତି। ସୂଚନାଯୋଗ୍ୟ ଯେ, କୌଣସି କାରଣ ନେଇ ଶ୍ରୀମତୀ ମିଶ୍ରଙ୍କ ପୁଅକୁ ପୁଲିସ ଗିରଫ କରିଥିଲା । ଏନେଇ ସେ ଆଜି ଏସପିଙ୍କୁ ସାକ୍ଷାତ କରିବାକୁ ଆସି ନିଜ ଦେହରେ ନିଆଁ ଲଗାଇ ଦେଇଥିଲେ । ତାଙ୍କୁ ଗୁରୁତର ଅବସ୍ଥାରେ ଏମକେସିଜି ମେଡିକାଲରେ ଭର୍ତ୍ତି କରାଯାଇଛି ।

Comments are closed.