Odisha Link
Bridging the Missing Links in Odisha

ଟ୍ରମ୍ପ୍‌ଙ୍କ ଭାରତ ଗସ୍ତ ଭାରତ-ଆମେରିକାର ବନ୍ଧୁତାକୁ ସୁଦୃଢ଼ କରିବ : ମୋଦି

ନୂଆଦିଲ୍ଲୀ: ଆସନ୍ତା ଫେବୃଆରୀ ୨୪ ତାରିଖରେ ଭାରତ ଗସ୍ତରେ ଆସୁଛନ୍ତି ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ଡୋନାଲ୍‌ଡ୍‌ ଟ୍ରମ୍ପ୍‌ । ଟ୍ରମ୍ପ୍‌ଙ୍କ ଏହି ଭାରତ ଗସ୍ତ ଭାରତ-ଆମେରିକାର ବନ୍ଧୁତାକୁ ସୁଦୃଢ଼ କରିବ ଏବଂ ଭାରତ ଟ୍ରମ୍ପ୍‌ଙ୍କୁ ଏକ ସ୍ମରଣୀୟ ସ୍ୱାଗତ ଜଣାଇବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି।

ମୋଦି ଟୁଇଟ୍‌ କରି କହିଛନ୍ତି ଯେ, ଆସନ୍ତା ଫେବୃଆରୀ ୨୪ ଓ ୨୫ ତାରିଖ ଦିନ ଟ୍ରମ୍ପ୍‌ଙ୍କ ଭାରତ ଗସ୍ତ ପାଇଁ ସେ ଅତ୍ୟନ୍ତ ଆନନ୍ଦିତ। ମହାମାନ୍ୟ ଅତିଥିଙ୍କୁ ଭାରତ ଏକ ସ୍ମରଣୀୟ ସ୍ୱାଗତ ଜଣାଇବ। ଏହି ଗସ୍ତ ଭାରତ ଓ ଯୁକ୍ତରାଷ୍ଟ୍ର ଆମେରିକାର ବନ୍ଧୁତାକୁ ଆହୁରି ସୁଦୃଢ଼ କରିବାରେ ସହାୟକ ହେବ। ଅନ୍ୟ ଏକ ଟୁଇଟ୍‌ରେ ପ୍ରଧାନମନ୍ତ୍ରୀ ମୋଦି ଲେଖିଛନ୍ତି: ଗଣତନ୍ତ୍ର ଏବଂ ପ୍ରାଦେଶିକ ଗଣତନ୍ତ୍ର ବ୍ୟବସ୍ଥା ପ୍ରତି ଭାରତ ଏବଂ ଯୁକ୍ତରାଷ୍ଟ୍ର ଆମେରିକା ସମାନ ପ୍ରତିବଦ୍ଧତା ପୋଷଣ କରନ୍ତି। ଆମ୍ଭମାନଙ୍କ ଦେଶ (ଭାରତ ଓ ଆମେରିକା) ଅନେକ ପ୍ରସଙ୍ଗରେ ବ୍ୟାପକ ସହଯୋଗ କରୁଛି। ଆମର ନିବିଡ଼ ବନ୍ଧୁତା କେବଳ ଆମ ନାଗରିକଙ୍କ ପାଇଁ ନୁହେଁ, ସମଗ୍ର ବିଶ୍ୱ ପାଇଁ ହିତକାରୀ ହୋଇପାରିଛି।

ସୂଚନାଯୋଗ୍ୟ, ଦୁଇ ଦିନିଆ ଗସ୍ତ ସମୟରେ ଟ୍ରମ୍ପ୍‌ ଦିଲ୍ଲୀ ବ୍ୟତୀତ ଅହମଦାବାଦ ଗସ୍ତରେ ଯିବେ। ସେଠାରେ ତାଙ୍କୁ ‘ହାଓଡି ମୋଦୀ!’ କାର୍ଯ୍ୟକ୍ରମ ଭଳି ‘ହାଓଡି ଟ୍ରମ୍ପ୍‌’ କାର୍ଯ୍ୟକ୍ରମ ଦ୍ବାରା ସମ୍ବର୍ଦ୍ଧନା ଦିଆଯିବ।

Comments are closed.