Odisha Link
Bridging the Missing Links in Odisha

ବିଦ୍ୟୁତ୍ ତାର ଆଘାତରେ ଠିକା କର୍ମଚାରୀ ଗୁରୁତର

ଭଦ୍ରକ: ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଜଣେ ଠିକା କର୍ମଚାରୀ ଗୁରୁତର। ଏଭଳି ଅଭାବନୀୟ ଘଟଣା ଘଟିଛି ଘଟିଛି ଭଦ୍ରକ ଜିଲ୍ଲା ଗ୍ରାମାଞ୍ଚଳ ଥାନା ଅଞ୍ଚଳରେ। ବିଦ୍ୟୁତ୍ ଖୁଣ୍ଟରେ ଚଢି କାମ କରୁଥିବା ବେଳେ ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ବିଦ୍ୟୁତ୍ ଖୁଣ୍ଟରୁ ତଳକୁ ଖସି ପଡ଼ିଥିଲେ ଠିକା କର୍ମଚାରୀ ଜଣକ। ଗୁରୁତର ଅବସ୍ଥାରେ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି। ଠିକା କର୍ମଚାରୀ ନାଁ ନିରଞ୍ଜନ ପୁହାଣ।ନିରଞ୍ଜନ ବିଦ୍ୟୁତ୍ ଖୁଣ୍ଟରେ ଚଢ଼ି କାମ କରୁଥିବା ସମୟରେ ବିଦ୍ୟୁତ କାଟ କରାଯାଇ ନ ଥିଲା ବୋଲି ଅଭିଯୋଗ ହେଉଛି।

ମିଳିଥିବା ସୂଚନା ଅନୁଯାୟୀ, ଆଜି ନିରଞ୍ଜନ ଭଦ୍ରକ ସହରର ଗୋପବନ୍ଧୁ ନଗରଠାରେ ଥିବା ବିଦ୍ୟୁତ୍‌ ଖୁଣ୍ଟରେ ଚଢି କାମ କରୁଥିବା ବେଳେ ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ବିଦ୍ୟୁତ୍ ଖୁଣ୍ଟରୁ ତଳକୁ ଖସି ପଡ଼ିଥିଲେ। ଘଟଣାସ୍ଥଳରେ ଉପସ୍ଥିତ ଥିବା ବିଦ୍ୟୁତ୍ ବିଭାଗର କର୍ମଚାରୀ ତାଙ୍କୁ ଉଦ୍ଧାର କରି ଜିଲ୍ଲା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଅବସ୍ଥା ଅଧିକ ଗୁରୁତର ଥିବାରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି।

Comments are closed.