ରାମନବମୀରେ ଆରମ୍ଭ ହେବନି ରାମ ମନ୍ଦିର ନିର୍ମାଣ କାର୍ଯ୍ୟ

ନୂଆଦିଲ୍ଲୀ: ରାମନବମୀରେ ଆରମ୍ଭ ହେବନି ରାମ ମନ୍ଦିର ନିର୍ମାଣ କାର୍ଯ୍ୟ।ରାମ ମନ୍ଦିର ନିର୍ମାଣ କାର୍ଯ୍ୟ। ଏ ସମ୍ପର୍କରେ ରାମ ମନ୍ଦିର ଟ୍ରଷ୍ଟ ପକ୍ଷରୁ କୁହାଯାଇଛି ଯେ,, ରାମନବମୀ ଦିନ ଏଠାରେ ୧୫ରୁ ୨୦ ଭକ୍ତଙ୍କ ସମାଗମ ହୁଏ। ତେଣୁ ଏହି ଦିନ ମନ୍ଦିର ନିର୍ମାଣ ପ୍ରକ୍ରିୟା ଆରମ୍ଭ କରିବା କଷ୍ଟକର ହେବ। ଏଥସହ ଭିଡ ନିୟନ୍ତ୍ରଣ କରିବା ପୋଲିସ ପ୍ରଶାସନ ପାଇଁ କାଠିକର ପାଠ ହୋଇଯିବ। ତେଣୁ ଟ୍ରଷ୍ଟ ଅନ୍ୟ ତିଥି ଧାର୍ଯ୍ୟ କରିବ ବୋଲି ବିଚାର କରୁଛି। ଏଥିସହ ଟ୍ରଷ୍ଟ ପକ୍ଷରୁ ଆସନ୍ତା ୧୯ ତାରିଖ ହେବାକୁ ଥିବା ପ୍ରଥମ ବୈଠକରେ ଏନେଇ ଆଲୋଚନା କରାଯିବ। ଟ୍ରଷ୍ଟର କହିବା ଅନୁଯାୟୀ ତିଥି ଧାର୍ଯ୍ୟ ନେଇ ଏବେ ଚର୍ଚ୍ଚା ଚାଲିଛି। ହେଲେ ତିଥି ଧାର୍ଯ୍ୟ ପୂର୍ବରୁ ଟ୍ରଷ୍ଟ ସାମ୍ନାରେ ଅନେକ ସମସ୍ୟା ରହିଛି। ଟ୍ରଷ୍ଟ ପ୍ରଥମେ ଏହି ସମସ୍ୟା ଗୁଡିକୁ ସମାଧାନ କରିବ।
ଯେଉଁ ଜମିରେ ମନ୍ଦିର ନିର୍ମାଣ କରାଯିବ ତାହାର ମାଲିକାନା ଅଧିକାର ପାଇଁ ଆଇନ ପ୍ରକ୍ରିୟା ପ୍ରଥମେ ପୂରଣ କରାଯିବ। ଏହା ପରେ ଏଥି ପାଇଁ କାଗଜପତ୍ର ପ୍ରସ୍ତୁତି ଇତ୍ୟାଦି ବିଷୟ ଉପରେ ବୈଠକରେ ପ୍ରଥମେ ଆଲୋଚନା କରାଯିବ। ଏହା ପରେ ଟ୍ରଷ୍ଟ ଆର୍କିଟେକ୍ ଏବଂ ଟେକ୍ନିକ୍ ଲୋକଙ୍କ ସହାୟତା ନେଇ କାମକୁ ଆଗକୁ ବଢାଇବ।ଏଥିସହ ଟ୍ରଷ୍ଟର ଅନ୍ୟ ଦୁଇ ସଦସ୍ୟଙ୍କ ନିଯୁକ୍ତି ନେଇ ମଧ୍ୟ ଆଲୋଚନା ହେବ ବୋଲି ଟ୍ରଷ୍ଟ ପକ୍ଷରୁ ସୂଚନା ଦିଆଯାଇଛି।