Odisha Link
Bridging the Missing Links in Odisha

ଦକ୍ଷିଣ ଆଫ୍ରିକା ଅଧିନାୟକ ପଦ ଛାଡ଼ିଲେ ଡୁପ୍ଲେସିସ୍‌, କହିଲେ ମୋ ପାଖରେ ଏବେବି…

କେପ୍ ଟାଉନ୍‌: ଦକ୍ଷିଣ ଆଫ୍ରିକା ଦଳର ଅଭିଜ୍ଞ ବ୍ୟାଟ୍ସମ୍ୟାନ୍‌ ଫାଫ୍‌ ଡୁପ୍ଲେସିସ୍‌ ଆଜି ଟେଷ୍ଟ ଓ ଟି-୨୦ ଟିମର ଅଧିନାୟକ ପଦରୁ ଇସ୍ତଫା ଦେଇଛନ୍ତି। ଇଂଲଣ୍ଡ ବିପକ୍ଷ ଟି-୨୦ ସିରିଜ୍ ପାଇଁ ଡୁପ୍ଲେସିସଙ୍କୁ ବିଶ୍ରାମ ଦିଆଯାଇଥିଲା। ତାଙ୍କ ଅନୁପସ୍ଥିତିରେ ଦକ୍ଷିଣ ଆଫ୍ରିକା ୧-୨ରେ ସିରିଜ୍ ହାରିଯାଇଥିଲା। ଡୁପ୍ଲେସିସ୍ ମଧ୍ୟ ଇଂଲଣ୍ଡ ବିପକ୍ଷ ଦିନିକିଆ ସିରିଜରେ ଖେଳିନଥିଲେ। ତାଙ୍କ ସ୍ଥାନରେ ଯୁବ ୱିକେଟକିପର ବ୍ୟାଟ୍ସମ୍ୟାନ୍ କ୍ୱିଣ୍ଟନ୍ ଡି’କକ୍ ଦଳର ନେତୃତ୍ୱ ନେଇଥିଲେ।

୩୫ ବର୍ଷୀୟ ଡୁପ୍ଲେସିସ୍ କହିଛନ୍ତି, “ମୋର ଏହି ନିଷ୍ପତ୍ତି ଦକ୍ଷିଣ ଆଫ୍ରିକାକୁ ଏକ ନୂଆ ଯୁଗର ଶୁଭାରମ୍ଭ କରିବାରେ ସହାୟକ ହେବ। ମୁଁ ଚଳିତ ସିଜନର ବାକି ଟେଷ୍ଟ ସିରିଜ୍ ଏବଂ ଟି-୨୦ ବିଶ୍ୱକପରେ ଦକ୍ଷିଣ ଆଫ୍ରିକା ଟିମର ନେତୃତ୍ୱ ନେବାକୁ ପସନ୍ଦ କରିଥାନ୍ତି, କିନ୍ତୁ ବେଳେ ବେଳେ ଟିମର ସ୍ୱାର୍ଥ ପାଇଁ ଏଭଳି ନିଷ୍ପତ୍ତି ନେବାକୁ ପଡ଼ିଥାଏ। ମୋ ପାଖରେ ଏବେବି ଅନେକ କ୍ରିକେଟ୍ ବାକି ଅଛି ଏବଂ ଯେ ପର୍ଯ୍ୟନ୍ତ ଫିଟ୍ ଥିବି, ଟିମର ବିଜୟରେ ଯୋଗଦାନ କରିବି। ମୋ ପକ୍ଷେ ଏହି ନିଷ୍ପତ୍ତି ନେବା କଷ୍ଟସାଧ୍ୟ ଥିଲା, କିନ୍ତୁ ଏବେ ମୁଁ ଡି’କକଙ୍କୁ ସମ୍ପୂର୍ଣ୍ଣ ଭାବେ ସହଯୋଗ କରିବାକୁ ଚାହୁଁଛି। ଡି’କକ୍ ଜଣେ ଯୁବ ଖେଳାଳି ଏବଂ ତାଙ୍କ ପାଖରେ ନେତୃତ୍ୱ ନେବାର ଭଲ ଦକ୍ଷତା ମଧ୍ୟ ରହିଛି।”