Odisha Link
Bridging the Missing Links in Odisha

ରାଜ୍ୟ ବଜେଟ: କେଉଁ କ୍ଷେତ୍ର ପାଇଁ କେତେ?, ଜାଣନ୍ତୁ

ଭୁବନେଶ୍ବର: ଆଜି ୨୦୨୦-୨୧ ବର୍ଷ ପାଇଁ ବିଧାନସଭାରେ ରାଜ୍ୟ ବଜେଟ ଉପସ୍ଥାପନା କରିଛନ୍ତି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ। ଆଇପ୍ୟାଡରୁ ପଢି ବଜେଟ୍ ଉପସ୍ଥାପନା କରିଛନ୍ତି ଅର୍ଥମନ୍ତ୍ରୀ। ୨୦୨୦-୨୧ ଆର୍ଥିକ ବର୍ଷ ଲାଗି ବଜେଟ ପରିମାଣ ୧ ଲକ୍ଷ ୫୦ ହଜାର କୋଟି ଟଙ୍କା ଧାର୍ଯ୍ୟ କରାଯାଇଛି। ତେବେ ଆସନ୍ତୁ ଜାଣିବା ବଜେଟରେ କେଉଁଥି ପାଇଁ କେତେ ବ୍ୟୟ ବରାଦ ହୋଇଛି।

  • ସ୍ବାସ୍ଥ୍ୟ ବିଭାଗ ପାଇଁ ୭ ହଜାର ୭୦୦ କୋଟି
  • କୃଷି କ୍ଷେତ୍ର ପାଇଁ ୧୯ ହଜାର ୪୦୮ କୋଟି ଟଙ୍କା
  •  ବିପର୍ଯ୍ୟୟ ପ୍ରଶମନ ବ୍ୟୟ ୩ ହଜାର ୨୦୦ କୋଟି
  • ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ବିଭାଗକୁ ୧୦୦ କୋଟି
  • ମହିଳା ଓ ଶିଶୁ ବିକାଶ ବିଭାଗ ପାଇଁ ୪୦୭୫ କୋଟି
  •  ଏମଜିଏନଆରଇଜିଏ ପାଇଁ ୧୫୦୧ କୋଟି
  • ଜାତୀୟ ଜୀବିକା ମିଶନ ପାଇଁ ୮୫୨ କୋଟି
  • ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ବିକାଶ ପାଇଁ ୨୩ ହଜାର ୮୦୮ କୋଟି
  • ମଧୁବାବୁ ପେନସନ ଯୋଜନା ପାଇଁ ୧୮୧୮ କୋଟି
  • ଖାଦ୍ୟ ନିରାପତ୍ତା ସୁନିଶ୍ଚିତ ପାଇଁ ୧୦୩୮ କୋଟି
  • ସ୍ମାର୍ଟ ସିଟି ବିକାଶ ପାଇଁ ୨୦୦ କୋଟି
  • ନୂତନ ସହରର ବିକାଶ ପାଇଁ ୫୦ କୋଟି
  • ଗୃହ ନିର୍ମାଣ ଓ ନଗର ଉନ୍ନୟନ ପାଇଁ ୬୧୮୦ କୋଟି
  • ରେଳ ଭିତ୍ତିଭୂମି ପାଇଁ ୪୦୦ କୋଟି
  • ଏୟାରଷ୍ଟ୍ରିପ ନିର୍ମାଣ ପାଇଁ ୧୦୦ କୋଟି
  • ପାଇପ ଜଳ ଯୋଗାଣ ଲାଗି ୮ ହଜାର କୋଟି
  • ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଓ ବିଜୁ ପକ୍କା ଘର ଲାଗି ୩୯୬୨ କୋଟି
  • ମମତା ଯୋଜନା ପାଇଁ ୩୦୫ କୋଟି
  • ଖଣି କ୍ଷେତ୍ର ପାଇଁ ୧୮୨ କୋଟି
  • ଗ୍ରୀନ୍‌ ମହାନଦୀ ମିଶନ ଲାଗି ୩୧ କୋଟି
  • ପର୍ଯ୍ୟଟକ କ୍ଷେତୟର ବିକାଶ ପାଇଁ ୪୦୧ କୋଟି
  • ଓଡ଼ିଆ ଭାଷା ଓ ସଂସ୍କୃତି ପାଇଁ ୧୬୨ କୋଟି
  • ଆଭ୍ୟନ୍ତରୀଣ ନିରାପତ୍ତା ଲାଗି ୫୯୭୪ କୋଟି
  • ରୁଫ୍‌ ଟପ ଓ ଭୂତଳ ଜଳ ରିଚାର୍ଜ ସକାଶେ ୫ ବର୍ଷରେ ବ୍ୟୟ ହେବ ୨୪୬ କୋଟି
  • ସ୍ଥାନୀୟ ସ୍ବାୟତ୍ତ ଶାସନ ସଂସ୍ଥା ଓ ଉନ୍ନୟନ ସଂସ୍ଥା ବ୍ୟୟ ୭ ହଜାର ୧୪୫ କୋଟି
  • ବନ୍ୟା ନିୟନ୍ତ୍ରଣ ଓ ଜଳ ନିଷ୍କାସନ ଲାଗି ୧୦୬୦ କୋଟି
  • ୨୦୨୦ ମେକ୍‌ ଇନ୍‌ ଓଡ଼ିଶା ପାଇଁ ଇପିକଲକୁ ୭୦ କୋଟି
  • ବିଧାୟକ ଉନ୍ନୟନ ପାଣ୍ଠି ପାଇଁ ୪୪୧ କୋଟି
  • ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ସକାଶେ ୮୦ କୋଟି
  • କ୍ରୀଡ଼ା ଓ ଯୁବସେବା ପାଇଁ ୩୦୧ କୋଟି
  • ପୀଡ଼ିତ କ୍ଷତିପୂରଣ ଲାଗି ୨୫ କୋଟି
  • ମୋ ସ୍କୁଲ ଯୋଜନାକୁ ୪୦ କୋଟି ଏବଂ ମୋ କଲେଜ ପାଇଁ ୧୦ କୋଟି

Comments are closed.