Odisha Link
Bridging the Missing Links in Odisha

ମାର୍ଚ୍ଚ ୨୯ରୁ ଆଇପିଏଲ ମହାକୁମ୍ଭ, ଜାଣନ୍ତୁ କେବେ କେଉଁ ଦଳର ମ୍ୟାଚ୍

ନୂଆଦିଲ୍ଲୀ: ମାର୍ଚ୍ଚ ୨୯ରେ ଆରମ୍ଭ ହେବ ଆଇପିଏଲ ମହାକୁମ୍ବ। ଇଣ୍ଡିଆନ୍‌ ପ୍ରିମିୟର ଲିଗ୍ର ୧୩ତମ ସଂସ୍କରଣର ଉଦଘାଟନ ମ୍ୟାଚ ମୁମ୍ବାଇଠାରେ ଖେଳାଯିବ। ଉଦଘାଟନୀ ମ୍ୟାଚ୍‌ ମୁମ୍ବାଇ ଇଣ୍ଡିଆନ୍ସ ଓ ଚେନ୍ନାଇ ସୁପର କିଙ୍ଗସ ମଧ୍ୟରେ ଖେଳାଯିବ। ଏନେଇ ବିସିସିଆଇ ଆନୁଷ୍ଠାନିକ ଭାବେ ଆଇପିଏଲ ସୂଚୀ ପ୍ରକାଶ କରିଛି।

ଏହି ଟୁର୍ଣ୍ଣାମେଣ୍ଟ ମୋଟ ୫୭ ଦିନ ଧରି ଖେଳ ଅନୁଷ୍ଠିତ ହେବ। ଟୁର୍ଣ୍ଣାମେଣ୍ଟର ଅନ୍ତିମ ଲିଗ ମ୍ୟାଚ ୧୭ ମେକୁ ରୟାଲ ଚ୍ୟାଲେଞ୍ଜର ବାଙ୍ଗାଲୋର ଓ ମୁମ୍ବାଇ ଇଣ୍ଡିଆନ ମଧ୍ୟରେ ବେଙ୍ଗାଲୁରୁରେ ଖେଳାଯିବ। ତେବେ ଲିଗ ମ୍ୟାଚ ପରେ ପ୍ଲେ ଅଫ ସୂଚୀ ଜାରି କରାଯିବ।

Comments are closed.