Odisha Link
Bridging the Missing Links in Odisha

ନ୍ୟୁଜିଲାଣ୍ଡର ଏହି ଖେଳାଳି ବିରାଟ କୋହଲିଙ୍କୁ ଦେଲେ ଚେତାବନୀ, କହିଲେ ମୋତେ କେବଳ….

ଓ୍ବେଲିଙ୍ଗଟନ୍: ଶୁକ୍ରବାର ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଟେଷ୍ଟ ସିରିଜ ଆରମ୍ଭ ହେବ। ଏହା ପୁର୍ବରୁ ଟିମ୍‌ ଇଣ୍ଡିଆ ଟି-୨୦ ସିରିଜ ବିଜୟୀ ହୋଇଥିବା ବେଳେ ନ୍ୟୁଜିଲାଣ୍ଡ ଦଳ ଦିନିକିଆ ସିରିଜରେ ବାଜିମାତ କରିଛି। ଏବେ ଦୁଇ ଦଳଙ୍କ ନଜର ଟେଷ୍ଟ ସିରିଜରେ ଉପରେ। ଏହାରି ମଧ୍ୟରେ ଟି-୨୦ ସିରିଜ୍‌ ଓ ଦିନିକିଆ ସିରିଜରେ ଖେଳି ନଥିବା ନ୍ୟୁଜିଲାଣ୍ଡର ଷ୍ଟାର ଖେଳାଳି ଟ୍ରେଣ୍ଟ ବୋଲ୍ଟ ଫିଟ୍‌ ଘୋଷିତ ହୋଇଛନ୍ତି। ଏଥିସହିତ ଟ୍ରେଣ୍ଟ ବୋଲ୍ଟ ବିରାଟ କୋହଲିଙ୍କୁ ଟାର୍ଗେଟ କରିଛନ୍ତି।

ମ୍ୟାଚ ପୂର୍ବରୁ ବୋଲ୍ଟ ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କ ଓ୍ବିକେଟ ନେବାକୁ ଆଉ ଅପେକ୍ଷା କରି ହେବ ନାହିଁ ବୋଲି କହିଛନ୍ତି । ଆହତ କାରଣରୁ ୬ ସପ୍ତାହ ବିଶ୍ରାମ ନେଇଥିବା ୩୦ ବର୍ଷିୟ ବୋଲ୍ଟ କହିଛନ୍ତି ଯେ, ଯେବେ ବି ମୁଁ ଖେଳେ ବିରାଟଙ୍କ ଭଳି ବ୍ୟାଟ୍ସମ୍ୟାନଙ୍କୁୁ ଆଉଟ କରି ନିଜକୁ ପ୍ରମାଣିତ କରିବାକୁ ପଡ଼ିଥାଏ। ମୁଁ ତାଙ୍କୁ ଆଉଟ କରିବାକୁ ଅପେକ୍ଷାରେ ଅଛି। ହେଲେ ସେ ଜଣେ କମାଲ ଖେଳାଳି । ଏଥିସହିତ ସମସ୍ତଙ୍କୁ ମଧ୍ୟ ଜଣା ଯେ, ସେ ଜଣେ ମହାନ୍‌ ଖେଳାଳି ବୋଲି କହିଛନ୍ତି ଟ୍ରେଣ୍ଟ ବୋଲ୍ଟ।

Comments are closed.