ଶ୍ରୀରାମ ମନ୍ଦିର ଟ୍ରଷ୍ଟର ପ୍ରଥମ ବୈଠକ ଆଜି

ଅଯୋଧ୍ୟା: ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପାଇଁ ଗଠିତ ହୋଇଥିବା ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟର ପ୍ରଥମ ବୈଠକ ଆଜି ଅନୁଷ୍ଠିତ ହେବ। ଦିଲ୍ଲୀରେ ହେବାକୁ ଥିବା ଏହି ବୈଠକରେ ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟର ସମସ୍ତ ସଦସ୍ୟଙ୍କ ସମେତ ରାମଜନ୍ମ ଭୂମି ନ୍ୟାସର ଅଧ୍ୟକ୍ଷ ମହନ୍ତ ନୃତ୍ୟ ଗୋପାଳ ଦାସ ଏବଂ ବିଶ୍ବ ହିନ୍ଦୁ ପରିଷଦର ଅନ୍ତରାଷ୍ଟ୍ରୀୟ ମହାମନ୍ତ୍ରୀ ଚମ୍ପତ ରାୟ ମଧ୍ୟ ଏହି ବୈଠକରେ ଉପସ୍ଥିତ ରହିବେ। ଏଥିସହିତ ଉତ୍ତର ପ୍ରଦେଶ ସରକାରର ୨ ଆଇଏଏସ୍ ଅଧିକାରୀଙ୍କୁ ମଧ୍ୟ ବୈଠକକୁ ଡକା ଯାଇଛି।
ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟରେ ଉତ୍ତର ପ୍ରଦେଶର ଗୃହ ବିଭାଗର ଉପମୁଖ୍ୟ ସଚିବ ଅବିନିଶ ଅଶ୍ବସୀ ଓ ଅଯୋଧ୍ୟାର ଡିଏମ୍ ଅନୁଜ କୁମାର ଝାଙ୍କୁ ସାମିଲ କରାଯାଇଛି। ଆଜି ବୈଠକ ଅପରାହ୍ନ ୫ଟାରେ ଅନୁଷ୍ଠିତ ହେବ। ଏହି ବୈଠକରେ ମନ୍ଦିର ନିର୍ମାଣ ତାରିଖକୁ ନେଇ ଚର୍ଚ୍ଚା ହୋଇପାରେ।