ନିର୍ଭୟା ଦୋଷୀ ବିନୟର ଆତ୍ମହତ୍ୟା ଉଦ୍ୟମ

ନୂଆଦିଲ୍ଲୀ: ନିର୍ଭୟା ଗଣବଳାତ୍କାର ଓ ହତ୍ୟା ମାମଲାରେ ୪ ଅଭିଯୁକ୍ତଙ୍କୁ ମାର୍ଚ୍ଚ ୩ ରେ ଫାଶି ଦିଆଯିବା ନେଇ ତାରିଖ ଧାର୍ଯ୍ୟ କରାଯାଇଛି। ପଟିଆଲା ହାଉସ୍ କୋର୍ଟ ଏହି ସାନି ଡେଥ୍ ୱାରେଣ୍ଟ ଜାରି କରିଛନ୍ତି। ନୂଆ ଡେଥ୍ ୱାରେଣ୍ଟ ଅନୁଯାୟୀ, ମାର୍ଚ୍ଚ ୩ ତାରିଖ ସକାଳ ୬ଟାରେ ସମସ୍ତ ଦୋଷୀଙ୍କୁ ଏକକାଳୀନ ଫାଶି ଦିଆଯିବ। ଫାଶି ପୂର୍ବରୁ ୪ ଜଣ ଦୋଷୀଙ୍କ ମଧ୍ୟରୁ ଦୋଷୀ ବିନୟ ଶର୍ମା ତିହାର ଜେଲ୍ରେ ଆତ୍ମହତ୍ୟା ଉଦ୍ୟମ କରିଥିବା ନେଇ ସୂଚନା ଦେଇଛନ୍ତି ଜେଲ୍ କର୍ତ୍ତୃପକ୍ଷ।
ଗତ ୧୬ ତାରିଖ ଦିନ ବିନୟ ନିଜ ସେଲ୍ରେ କାନ୍ଥରେ ମୁଣ୍ଡ ପିଟି ଆତ୍ମହତ୍ୟା ଉଦ୍ୟମ କରିଥିବା ନେଇ ଜେଲ୍ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ଘଟଣା ପରେ ତାର ତୁରନ୍ତ ଚିକିତ୍ସା କରାଯାଇଛି। ସେ ସାମାନ୍ୟ ଭାବେ ଆହତ ଥିବା ଜଣାପଡ଼ିଛି।
ସୂଚନାଯୋଗ୍ୟ, କଡ଼ା ସୁରକ୍ଷାବଳୟ ଓ ତୀକ୍ଷ୍ଣ ନଜର ଭିତରେ ବିନୟଙ୍କୁ ତିହାର ଜେଲ୍ରେ ରଖାଯାଇଛି। ଏହା ପୂର୍ବରୁ ମଧ୍ୟ ଜେଲ୍ ଭିତରେ ଥିବା ଟଏଲେଟ୍ରେ ଗାମୁଛା ଲଗାଇ ବିନୟ ଆତ୍ମହତ୍ୟା କରିବା ପାଇଁ ପ୍ରୟାସ କରିଥିଲା। ହେଲେ ସେଠାରେ ଉପସ୍ଥିତ ଥିବା ସୁରକ୍ଷାକର୍ମୀଙ୍କ ଆଖିରେ ଏସବୁ ପଡ଼ିବା ପରେ ସେମାନେ ଯାଇ ତାକୁ ଅଟକାଇଥିଲେ।