Odisha Link
Bridging the Missing Links in Odisha

ପଟିଆ ବିଗ୍‌ ବଜାର ସିଲ୍

ଭୁବନେଶ୍ବର:  ପଟିଆ ସ୍ଥିତ ବିଗ୍ ବଜାରକୁ ସିଲ୍ କରିଛି ଭୁବନେଶ୍ବର ମହାନଗର ନିଗମ। ବିଏମସି କମିଶନର ଏବଂ ଅନ୍ୟ ଅଧିକାରୀଙ୍କ ଉପସ୍ଥିତିରେ ବିଗ୍ ବଜାରକୁ ସିଲ୍ କରାଯାଉଥିବା ଜଣାପଡିଛି। ଏହି ବିଗ୍ ବଜାରରେ ପରିମଳ, ଅଗ୍ନି ନିର୍ବାପକ ସୁରକ୍ଷା ଏବଂ ପାର୍କିଂ ସମସ୍ୟା ରହିଥିବାରୁ ତାହାକୁ ସିଲ୍ କରାଯାଇଥିବା ସୂଚନା ମିଳିଛି। ପୂର୍ବରୁ ଏଥିପାଇଁ ବିଏମସି ପକ୍ଷରୁ ନୋଟିସ୍ ଦିଆଯାଇଥିଲା।

ରାଜଧାନୀର ବିଭିନ୍ନ ମଲ୍ ଏବଂ ଅଟ୍ଟାଳିକାରେ ଅଗ୍ନି ନିର୍ବାପକ ସୁରକ୍ଷାକୁ ଦୀର୍ଘଦିନ ତଳୁ ବିଏମସି କର୍ତ୍ତୃପକ୍ଷ ଗୁରୁତ୍ବ ଦେଉଛନ୍ତି। ଏହାସହ ପାର୍କିଂ ବ୍ୟବସ୍ଥାକୁ ମଧ୍ୟ ବାଧ୍ୟତାମୂଳକ କରାଯାଇଛି। ଏପରିକି ସାଧାରଣ ବ୍ୟବସାୟିକ ପ୍ରତିଷ୍ଠାନ ଏବଂ କାର୍ଯ୍ୟାଳୟଗୁଡିକ ଲାଗି ମଧ୍ୟ ପାର୍କିଂ ନିୟମ କଡାକଡି କରାଯାଇଛି। ପରିମଳ ବ୍ୟବସ୍ଥାର ଗାଇଡ୍ ଲାଇନ୍ କୁ ଅନୁସରଣ କରିବାକୁ ଯଥେଷ୍ଟ ପୂର୍ବରୁ ନିୟମ ସହ ସାବଧାନ କରାଯାଇଛି। ଏହା ସତ୍ତ୍ବେ କିଛି ମଲ୍ ଏବଂ ବ୍ୟବସାୟିକ ପ୍ରତିଷ୍ଠାନ ଏହାର ଉଲଂଘନ କରିଥିବାରୁ କାର୍ଯ୍ୟାନୁଷ୍ଠାନର ସମ୍ମୁଖୀନ ହୋଇଛନ୍ତି।

ନିକଟରେ ଏସପ୍ଲାନେଡ୍ ମଲ୍ ଏବଂ ଆଉ ଏକ ସପିଂ ମଲ୍ ବିରୋଧରେ ମଧ୍ୟ ଆକ୍ସନ ହୋଇଥିଲା। ସେହି ଡ୍ରାଇଭ୍ ରେ ବିଭିନ୍ନ ସପିଂ ମଲ୍ କୁ ଅଗ୍ନି ନିର୍ବାପକ ବ୍ୟବସ୍ଥା, ପାର୍କିଂ ବ୍ୟବସ୍ଥା ଏବଂ ପରିମଳ ବ୍ୟବସ୍ଥା ଲାଗି ନୋଟିସ୍ ହୋଇଥିଲା। ସେହିପରି ପଟିଆ ସ୍ଥିତ ବିଗ୍ ବଜାରକୁ ମଧ୍ୟ ନୋଟିସ୍ ହୋଇଥିବା ବେଳେ ଅବଧି ପୂରଣ ସତ୍ତ୍ବେ ବିଗ୍ ବଜାର କର୍ତ୍ତୃପକ୍ଷ ଆବଶ୍ୟକୀୟ ବ୍ୟବସ୍ଥା କରିନଥିବାକୁ ତାକୁ ବିଏମସି କର୍ତ୍ତୃପକ୍ଷ ସିଲ୍ କରିଛନ୍ତି ।

Comments are closed.